୩୨ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ବେଳପଡା ପୁଲିସ, ୨ ସର୍ଦାର ଅଟକ

0

ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ) – ବଲାଙ୍ଗିର ପୁଲିସ ଦାଦନ ଋତୁ ପୂର୍ବରୁ ଗାଁ ଗାଁରେ ଲୋକଙ୍କୁନେଇ ସଚେତନ କରୁଥିଲେ ମଧ୍ୟ ସର୍ଦାର ମାନଙ୍କ ଉପରେ କିଛି ପ୍ରଭାବ ପଡୁନି। ବେଆଇନ ଭାବରେ ଶ୍ରମିକ ମାନଙ୍କୁ ବାହାର ରାଜ୍ୟକୁ ଚାଲାଣ କରିବାରେ ମାତିଛନ୍ତି। ପ୍ରକାଶ ଥାଉକି ବେଳପଡା ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ମଣ୍ଡଳ ଗାଁ ନିକଟରୁ ୩୨ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଶ୍ରମିକ ମାନେ ହେଲେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଅଞ୍ଚଳ ମହୁଳପଡାର ବୋଲି ଜଣାପଡିଛି। ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୯ ପୁରୁଷ ୧୨ ମହିଳା ଓ ୧୧ ଜଣ ଶିଶୁ ଥିବାର ଜଣାପଡିଛି। ଚାଲାଣ କରୁଥିବା ୨ ସର୍ଦାରଙ୍କୁ ବେଳପଡା ପୁଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି। ଉଦ୍ଧାର ଶ୍ରମିକ ମାନେ କାମ ଧନ୍ଦା ନମିଳିବାରୁ ବାହାର ରାଜ୍ୟକୁ କାମ କରିବାକୁ ଯାଉଥିବା କହିଛନ୍ତି। ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କୁ ବେଳପଡା ପୁଲିସ ନିଜ ନିଜ ଗାଁକୁ ପଠାଇଦେଇଛି। ଅନ୍ୟପଟେ ଅଟକ ଥିବା ୨ ଜଣ ଦାଦନ ସର୍ଦାର ହେଲେ ଟିଟିଲାଗଡ ମହୁଳପଡାର ବାଳମୁକୁନ୍ଦ ମଲ୍ଲିକ ଓ ଚନ୍ଦ୍ରମଣି ଚିନ୍ଦା ଓ ୨ଟି ବଲେରୋ ଗାଡିକୁ ମଧ୍ୟ ଜବତ କରାଯାଇଛି। ଏନେଇ ବେଳପଡା ଥାନା ଅଧିକାରୀ ବୁଲୁମୁଣ୍ଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏ ସଂକ୍ରାନ୍ତରେ ପୃଥକ ପୃଥକ ମାମଲା ରୁଜୁ ହୋଇଛି।

Leave A Reply

Your email address will not be published.