ଭଞ୍ଜନଗର (ନିଲୁ ବିଷୋୟୀ) : ଭଞ୍ଜନଗର ବ୍ଳକ ସ୍ଥିତ ଲେମ୍ଭେଇ ପଞ୍ଚାୟତର ବାଲିସାହି ଗ୍ରାମରେ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ବିପଦର ବନ୍ଧୁ ଏବଂ ସ୍ୱାମୀ ବିବେକାନନ୍ଦ ଯୁବ କଲ୍ୟାଣ ସମିତିର ମିଳିତ ଆନୁକୂଲ୍ୟରେ ଗୁରୁବାର ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିର ରେ ଶଙ୍କର ଚକ୍ଷୁ ଚିକିତ୍ସାଳୟ ର ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଅଞ୍ଚଳର ଆଖି ଜନିତ ସମସ୍ୟା ଥିବା ରୋଗୀଙ୍କ ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ୬୫ ଜଣ ଚକ୍ଷୁ ସମସ୍ୟା ଜନିତ ରୋଗୀଙ୍କୁ ପରଳ ଅସ୍ତ୍ରୋପଚାର ପାଇଁ ଶଙ୍କର ଚକ୍ଷୁ ଚିକିତ୍ସାଳୟ କୁ ପଠାଯାଇଛି। ସେଠାରେ ସମ୍ପୂର୍ଣ ମାଗଣା ରେ ସମସ୍ତ ରୋଗୀଙ୍କର ଅସ୍ତ୍ରୋପଚାର କରାଯିବା ସହ ସେମାନଙ୍କ ଖାଇବା ରହିବା ଓ ଯାତାୟାତ ଖର୍ଚ୍ଚ ମଧ୍ୟ ଅନୁଷ୍ଠାନ ପକ୍ଷରୁ ବହନ କରାଯିବା ନେଇ ସୂଚନା ମିଳିଛି। ଶିବିରକୁ ସ୍ଥାନୀୟ ସରପଞ୍ଚ ପ୍ରଭାସିନୀ ପ୍ରଧାନ ଉଦଘାଟନ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ତାରାସିଙ୍ଗି ଥାନାଧିକାରୀ ପ୍ରଦୀପ୍ତ କୁମାର ଦାସ,ସଂମ୍ମାନୀତ ଅତିଥି ରୂପେ ବାଲିସାହି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପଞ୍ଚାନନ ପାତ୍ର,କ୍ୟାମ୍ପ ମେନେଜର ଚିତ୍ରସେନା ଗୌଡ଼,ଜଗଦୀଶ ନାୟକ ଯୋଗ ଦେଇଥିଲେ। ବିପଦର ବନ୍ଧୁ ସଂଗଠନ ର ସଦସ୍ୟ ଅରକ୍ଷିତ ପରିଛା ସଭା ପରିଚାଳନା କରିଥିଲେ। ଦୀର୍ଘ ବର୍ଷ ଧରି ଜିଲ୍ଲାର ଅନେକ ସ୍ଥାନରେ ସଂଘଠନ ଦ୍ୱାରା ବହୁ ଜନହିତକର କାର୍ଯ୍ୟ ହୋଇ ଆସୁଥିବା ବେଳେ ସେଥି ମଧ୍ୟରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନ୍ୟତମ। ଅନୁଷ୍ଠାନର ଏଭଳି କାଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।
Sign in
Sign in
Recover your password.
A password will be e-mailed to you.