ବାହାର ରାଜ୍ୟକୁ ଚାଲାଣ ବେଳେ ୬ ଦାଦନ ଶ୍ରମିକ ଉଦ୍ଧାର, ଦାଦନ ସର୍ଦ୍ଦାର ଫେରାର୍

0

ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ ) ଆଜି ବାହାର ରାଜ୍ୟକୁ ଚାଲାଣ ହେଥିବା ବେଳେ ୬ ଦାଦନ ଶ୍ରମିକ ଉଦ୍ଧାର। ବେଆଇନ ଦାଦନ ଚାଲାଣ ହେଉଥିବା ସମୟରେ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ କଂସାପଲା ଛକ ନିକଟରେ ପୋଲିସ ଚଢାଉ କରିଥିଲା। ଏହି ସମୟରେ ୬ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି।
ସୂଚନାନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ କଂସାପଲା ଛକ ନିକଟରୁ ଓଡି 17ଏକ୍ସ 5626 ନମ୍ଵର ବିଶିଷ୍ଟ ଏକ ଅଟୋରୁ ୬ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି। ଉଦ୍ଧାର ହୋଇଥିବା ଶ୍ରମିକମାନେ ବରଗଡ଼ ଜିଲ୍ଲା ବୁଡେନ୍ ଥାନା ଅନ୍ତର୍ଗତ ଡ଼ଙ୍ଗାଛଚା ଗ୍ରାମର ବୋଲି ଜଣାପଡ଼ିଛି। ଏମାନଙ୍କୁ ପାଟଣାଗଡ଼ ଥାନା ଅନ୍ତର୍ଗତ ଭାଲୁଦୋରୋ ଗ୍ରାମର ଦାଦନ ସର୍ଦ୍ଦାର ବୁଲୁ ଜାଲ ତେଲେଙ୍ଗାନା ରାଜ୍ୟ ପଇଦାପଲ୍ଲୀ ଅଞ୍ଚଳକୁ ଚାଲାଣ କରୁଥିଲା। ସେମାନଙ୍କୁ ଉଦ୍ଧାର କରି ଖପ୍ରାଖୋଲ ଥାନାକୁ ଅଣାଯାଇଥିଲା। ତେବେ ଦାଦନ ସର୍ଦ୍ଦାର ବୁଲୁ ଜାଲ ଏବେ ଫେରାର ଅଛି। ଏନେଇ ଖପ୍ରାଖୋଲ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଥାନାଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି।

Leave A Reply

Your email address will not be published.