(ମାହାଙ୍ଗା-ଦେବେନ୍ଦ୍ର ଷଡ଼ଙ୍ଗୀ) : ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଆନନ୍ଦପୁର ପଞ୍ଚାୟତ ଖର୍ତ୍ତାଙ୍ଗ ଗାଁରେ ଆଜି ବିଭିନ୍ନ ପ୍ରକଳ୍ପ ଉଦଘାଟିତ ହୋଇଥିବା ବେଳେ ବିରୂପା ନଦୀବନ୍ଧ ସୁଦୃଢ଼ୀ କରଣ ପ୍ରକଳ୍ପ କାର୍ଯ୍ୟର ଶିଳାନ୍ୟାସ କରାଯାଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇଥିଲେ l
ଏହି ଅଂଚଳର ଉନ୍ନତି ପାଇଁ ସରକାରୀ ସ୍ତରରେ ସବୁ ପ୍ରକାର ସହଯୋଗ ଜାରୀ ରହିଥିବା ବେଳେ ବିରୂପା ନଦୀ ବନ୍ଧକୁ ସୁଦୃଢ କରାଯିବା ସହ ଏହି ରାସ୍ତାକୁ କଂକ୍ରିଟ ରାସ୍ତାରେ ପରିଣତ କରାଯିବାକୁ 50 ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି ବୋଲି ଶ୍ରୀ ଜେନା କହିଥିଲେ l ଏହି ଅବସରରେ ଶ୍ୱେତ ମାଳତୀ କ୍ଲବର ନୂତନ ଗୃହକୁ ବିଧାୟକ ଉଦଘାଟନ କରିଥିଲେ l ଖର୍ତ୍ତାଙ୍ଗ ଚଣ୍ଡୀ ମନ୍ଦିର ମଣ୍ଡପକୁ ଶ୍ରୀ ଜେନା ଉଦଘାଟନ କରିଥିଲେ l ଏହି ଅବସରରେ ଆୟୋଜିତ ଉତ୍ସବରେ ବ୍ଲକ ଅଧ୍ୟକ୍ଷା ଦୀପା ମଲ୍ଲିକ, ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି, ଜିଲାପରିଷଦ ସଭ୍ୟା ସୁସ୍ମିତା ଦାସ, ଶିକ୍ଷାବିତ ପ୍ରତାପ ଚୌଧୁରୀ, କୁଣ୍ଡି ସମବାୟ ସମିତି ସଭାପତି ଅଖିଳେଶ ମହାନ୍ତି, ସରପଞ୍ଚ ରେଣୁବାଳା ଭୂୟାଁ, ସମିତିସଭ୍ୟା ଭବାନୀ ଶଙ୍କରୀ ବେହେରା, ସାମାଜିକକର୍ମୀ ଲଳିତ ମହାପାତ୍ର, ପ୍ରମୋଦ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ l ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ବହୁ ବୁଦ୍ଧିଜୀବୀ, ଛାତ୍ର, ଯୁବକ ଏହି ଉତ୍ସବରେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା l
Sign in
Sign in
Recover your password.
A password will be e-mailed to you.