ଉମରକୋଟ-ଜିତେନ୍ଦ୍ର ମହାନ୍ତି -ନବରଙ୍ଗପୁର ଜିଲ୍ଲା ଉମରକୋଟ ସାନ ଭରଣ୍ଡି ସ୍ଥିତ ଇନ୍ଦିରା ମଇଦାନ ଠାରେ ଭାରତ ର ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟ ଇନ୍ଦିରା ଗାନ୍ଧୀଙ୍କ ୩୮ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଏଠାରେ ଏହି କାର୍ଯ୍ୟକ୍ରମ୍ ପାଳନ କରିବାର ମୂଳ ଉଦ୍ଦେଶ୍ୟ ହେଲା ୧୯୮୪ ମସିହା ଅକ୍ଟୋବର ୩୧ ତାରିଖରେ ତାଙ୍କ ମୃତ୍ୟୁ ର ଠିକ୍ ଏକ ଦିନ ପୂର୍ବରୁ ଉମରକୋଟ ସାନ ଭରଣ୍ଡି ର ଏହି ପଡିଆରେ ଏକ ସାଧାରଣ ସଭା ରେ ଯୋଗ ଦେଇଥିଲେ । ଏବଂ ଏହା ଥିଲା ଇନ୍ଦିରା ଙ୍କ ଶେଷ ସାଧାରଣ ସଭା । ଏହି ଉମରକୋଟ ରୁ ଇନ୍ଦିରା ଭୁବନେଶ୍ୱର ଯାଇ ସେଠାରେ ଦିଲ୍ଲୀ ଅଭିମୁଖେ ଯାଇଥିଲେ । ଏବଂ ଅକ୍ଟାବର୍ ୩୧ ତାରିଖ ରେ ନିଜ ଅଙ୍ଗରକ୍ଷୀ ଙ୍କୁ ଗୁଳି ମାଡ଼ ରେ ସହୀଦ ହୋଇଥିଲେ । ସେହି ଦିନ ଠାରୁ ପ୍ରତିବର୍ଷ ଏହି ପଡିଆ ରେ ଇନ୍ଦିରା ଗାନ୍ଧୀ ଙ୍କ ଶ୍ରାଦ୍ଧ ଦିବସ ପାଳନ କରାଯାଏ ବୋଲି ପୂର୍ବତନ ମନ୍ତ୍ରୀ ପରମା ପୂଜାରୀ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.