କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ: ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ବିଜେଡି ପକ୍ଷରୁ ଟିକିରିରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଜନଜାତି କଲ୍ୟାଣ ସଂଖ୍ୟାଲଘୁ ଏବଂ ପଛୁଆବର୍ଗ ଉନ୍ନୟନ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା,ରାୟଗଡା ବିଧାୟକ ମକରନ୍ଦ ମୁଦୁଲି,ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ,ରାୟଗଡା ଜିଲ୍ଲା ବିଜେଡି ସଭାପତି ତଥା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧିର କୁମାର ଦାସ,ଜିଲ୍ଲାପରିସଦ ଅଧ୍ୟକ୍ଷା ସରସ୍ବତୀ ମାଝୀ,ରାୟଗଡା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୁସୟା ମାଝୀ, ବରିଷ୍ଠ ନେତା ସନ୍ତୋଷ ପାତ୍ର, ଯୁବ ସଭାପତି ଜିତେନ୍ଦ୍ର ପାଢୀ ପ୍ରମୁଖଙ୍କ ସହ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୁବ,ଛାତ୍ର ଯୋଗଦେଇଥିଲେ।ସ୍ଥାନିୟ ପେଟ୍ରୋଲ ପମ୍ପ ଠାରେ ୩୦୦୦ ଲୋକଏକତ୍ରିତ ହେବା ପରେ ପଟୁଆର ସହ ବାହାରି ମୁଖ୍ୟ ରାସ୍ତା ଦେଇ ହାଟପଦା ପର୍ଯ୍ୟନ୍ତ ଯାଇଥିଲେ।ସେଠାରେ ଏକ ସଭାର ଆୟୋଜନ କରାଯାଇଥିଲା।ସେଠାରେ ବକ୍ତାମାନେ ବିଜେଡିର ବିଭିନ୍ନ ଜନ ହିତକର ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ।
Sign in
Sign in
Recover your password.
A password will be e-mailed to you.