ପଦ୍ମପୁର ସରସ୍ବତୀ ବିଦ୍ୟା ମନ୍ଦିରରେ ପରିବେଶ ସଚେତନତା କାର୍ଯ୍ୟକ୍ରମ ।

0

ପଦ୍ମପୁର : ବରଗଡ ଜିଲ୍ଲା ପଦ୍ମପୁର ବ୍ଳକ୍  ଅନ୍ତର୍ଗତ ସରସ୍ବତୀ ବିଦ୍ୟା ମନ୍ଦିର ପଦ୍ମପୁର ଠାରେ ଏକ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସରସ୍ବତୀ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ମୂଖ୍ୟ ଅତିଥି ଭାବରେ ଡ ଭକ୍ତପୁରଣ ସାହୁ ପ୍ରାକ୍ତନ ଅଧ୍ୟକ୍ଷ ତଥା ଇତିହାସ ବିଭାଗ ପ୍ରଧ୍ଯାପକ ଘେସ ମହାବିଦ୍ୟାଳୟ, ମୂଖ୍ୟ ବକ୍ତା ଭାବରେ ପ୍ରକୃତି ବଂଧୁ ମୀନକେତନ ସାହୁ, ସମ୍ମାନିତ ଅତିଥି ଭାବେ ସରସ୍ବତୀ ବିଦ୍ୟା ମନ୍ଦିର ପଦ୍ମପୁର ସଭାପତି ଶ୍ରୀଯୁକ୍ତ ପୃଥ୍ବୀରାଜ ସାହୁ, ସଂପାଦକ ଶ୍ରୀଯୁକ୍ତ ଜନକ ଲାଲ ମେହେର ଯୋଗଦାନ କରି ବିଶ୍ଵ ଉତ୍ତାପନ ଓ ଜୀବଜଗତ ଉପରେ ଏହାର କୁ ପ୍ରଭାବ,  ବୃକ୍ଷ ରୋପଣ ଓ ସଂରକ୍ଷଣ,ଜଂଗଲ ସୁରକ୍ଷା ଉପରେ ବକ୍ତବ୍ଯ ପ୍ରଦାନ କରିବା ସହିତ ଜୀବଜଗତ ତଥା  ଭବିଷ୍ୟତ ପିଢିକୁ ସୁରକ୍ଷିତ ରଖିବା ପାଇଁ  ବ୍ୟାପକ ବୃକ୍ଷ ରୋପଣ ଓ ସବୁଜ ବଳଯ ସୃଷ୍ଟି କରିବା ପାଇଁ ଆହ୍ୱାନ ଦେଇଥିଲେ। ଛାତ୍ର ଛାତ୍ରୀ ମାନଙ୍କୁ ଅଁଳା ଓ ବଉଳ ଚାରା ପ୍ରଦାନ କରାଯାଇଥିଲା ଓ ନିଜ ଜାଗାରେ  ରୋପଣ  କରି ସୁରକ୍ଷିତ ରଖିବାକୁ ପରାମର୍ଶ ଦିଆଯାଇଥିଲା। ସରସ୍ବତୀ ବିଦ୍ୟା ମନ୍ଦିରର ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଶେଷରେ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ଯ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.