ଭୁବନେଶ୍ଵର,: ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ବଡଗଡ଼ ଗ୍ରାମର ବାସିନ୍ଦା ୩୭ ବର୍ଷିୟ ସୁଶାନ୍ତ ନାୟକ ଏବଂ ୨୪ ବର୍ଷିୟ ଶଙ୍କର ନାୟକ କେରଳରେ ରହି ଦିନ ମଜୁରିଆ ଭାବେ କାମ କରୁଥିଲେ । ଗତ ଅକ୍ଟୋବର ୨୭ ତାରିଖରେ କାର୍ଯ୍ୟରତ ଥିବା ସମୟରେ ନିର୍ମାଣାଧୀନ ଛାତ ତାଙ୍କ ଉପରେ ପଡିଯିବାରୁ କର୍ମସ୍ଥଳରେ ହିଁ ଉଭୟେ ମୃତ୍ୟୁବରଣ କରିଥିଲେ । ସମ୍ପୃକ୍ତ କମ୍ପାନୀ ସେମାନଙ୍କ ମୃତଦେହ କେରଳରୁ ଓଡ଼ିଶା ସ୍ଥାନାନ୍ତର ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରିଦେଇଥିଲା କିନ୍ତୁ ପରିବାର ବର୍ଗ ଆର୍ଥିକ ଚାପରେ ଥିବାରୁ ମୃତଦେହ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ଘରକୁ ଫେରାଇ ନେବା ପାଇଁ ନିକଟସ୍ଥ ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁଙ୍କୁ ଯାତାୟାତ ସହାୟତା ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ । ଶ୍ରୀ ସ୍ଵାଇଁ ଏ ସମ୍ପର୍କରେ ଓଡ଼ିଶା କାଜୁ ନିଗମ ଅଧ୍ୟକ୍ଷ ତଥା ଗଞ୍ଜାମ ଜିଲ୍ଲା ଜୀବନବିନ୍ଦୁ ସଂଯୋଜକ ଶ୍ରୀ ସୁବାଷ ମହାରଣାଙ୍କୁ ଜଣାଇଥିଲେ ।
ଶ୍ରୀ ମହାରଣା, ଖବର ପାଇବା ପରେ ଓଡ଼ିଶା ମୋ ପରିବାରକୁ ସୂଚନା ଦେଇଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ଭୁବନେଶ୍ଵର ବିମାନବନ୍ଦରରୁ ଗଞ୍ଜାମସ୍ଥିତ ତାଙ୍କ ଗ୍ରାମକୁ ପଠାଇବା ପାଇଁ ଦୁଇଟି ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଥିଲା । ଏହି ସମୟରେ ଓଡ଼ିଶା ମୋ ପରିବାର ସମ୍ପାଦକ ଶ୍ରୀ ଦୁର୍ଗା ସାମନ୍ତରାୟଙ୍କ ସମେତ ସମ୍ପାଦିକା ମୀରା ପରିଡ଼ା ଏବଂ ଓଡ଼ିଶା ମୋ ପରିବାର ଟିମ୍ ଉପସ୍ଥିତ ରହି ପରିବାର ସଦସ୍ୟମାନଙ୍କୁ ଆଶ୍ଵାସନା ଦେବା ସହିତ ମୃତଦେହ ସ୍ଥାନାନ୍ତର ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରିଥିଲେ ।
ମୃତଦେହ ଗଞ୍ଜାମରେ ପହଞ୍ଚିବା ପରେ ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ ଏବଂ ଶ୍ରୀ ସୁବାଷ ମହାରଣା ଉପସ୍ଥିତ ରହି ସେମାନଙ୍କ ଶେଷକୃତ୍ୟ ସମୟରେ ପରିବାର ସଦସ୍ୟଙ୍କ କାନ୍ଧରେ କାନ୍ଧ ମିଳାଇ ଛିଡା ହୋଇଥିଲେ ।
ଏଭଳି ଅଭାବନୀୟ ପରିସ୍ଥିତିରେ ସହାୟତାର ହାତ ବଢାଇ ଥିବାରୁ ପରିବାର ବର୍ଗ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ମୋ ପରିବାରକୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ।
Sign in
Sign in
Recover your password.
A password will be e-mailed to you.