ଭଞ୍ଜନଗର,: ଭଞ୍ଜନଗର ବ୍ଳକ୍ କୁଲାଡ ଠାରେ ଶ୍ରୀ ଶ୍ରୀ ରାଧା ଗିରିଧାରୀ ଆଶ୍ରମ ପକ୍ଷରୁ ଗୋବର୍ଦ୍ଧନ ପୂଜା ଏବଂ ଅନ୍ନକୂଟ୍ଟ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥି ନିମିତ୍ତ କୁଲାଡ ଗ୍ରାମରେ ଆଜି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ ସକାଳ ସମୟରେ ଆଶ୍ରମ ପକ୍ଷରୁ ୧୦୮ ଆଳତୀ,ମହାଭିଷେକ ବହୁ ଆଡମ୍ବର ସହକାରେ ରୀତିନୀତି ଅନୁଯାୟୀ ପାଳନ ହୋଇଥିଲା। ଏହାପରେ ଶ୍ରଦ୍ଧାଳୁଙ୍କ ଗହଣରେ ନଗର ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ଆସିଥିବା ସାଧୁସନ୍ଥ ମାନଙ୍କ ଦ୍ବାରା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ପଶ୍ଚିମବଙ୍ଗ ମାୟାପୁରୀରୁ ଆସିଥିବା ସାଧୁ ଭକ୍ତି ବିଚାର ବିଷ୍ଣୁ ଗୋସ୍ବାମୀ ମହାରାଜ,କୁଲାଡ ଆଶ୍ରମର ଭକ୍ତି ଶରଣ ପରମାର୍ଥି ମହାରାଜ, ପୁରୀର ଭକ୍ତିଶୁଦ ଯାଯାବର ମହାରାଜ ଏବଂ ବ୍ରହ୍ମଚାରୀ ମାନେ ପ୍ରବଚନ ଦେଇଥିଲେ। ଏହି ଅବସରରେ ଭଗବାନ ଶ୍ରୀକୃଷ୍ଣଙ୍କ ପର୍ବତ ଉଠାଇଥିବାର ଏକ ସୁନ୍ଦର ପ୍ରତିମା ସ୍ଥାପନ କରାଯିବା ସହ ୫୬ ଭୋଗରେ ୩୮୦ ପ୍ରକାରରୁ ଉର୍ଦ୍ଧ ମିଷ୍ଠାନ୍ନ,ଭୋଗ,ପ୍ରସାଦ ଆଦି ଅର୍ପଣ କରାଯାଇଥିଲା। ଏହାପରେ ମଧ୍ୟାହ୍ନରେ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ନିମନ୍ତେ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା। ଏଥିରେ ଆଖପାଖ ଅଞ୍ଚଳର ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୋଗଦେଇଥିବା ବେଳେ ଗୁରୁ ପତିତପାବନ ଦାଶ, ଜଗତଜୀବନ ଦାଶ,ଶ୍ରୀବାସ ଦାଶ,ଅରକ୍ଷିତ ପରିଚ୍ଛା,କ୍ରିଷ୍ଣା ଦାଶ,କେଶବ ଦାଶ,ଶ୍ୟାମାନନ୍ଦ ଦାଶ ଓ କୁଲାଡ ଗ୍ରାମବାସୀ ପ୍ରମୁଖ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.