ପଞ୍ଚାୟତ ସଭ୍ୟ ସଭ୍ୟା ମାନଙ୍କ ନିମନ୍ତେ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ l

0

(ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)- ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ସଭ୍ୟ ସଭ୍ୟା ଙ୍କ ନିମନ୍ତେ ଏକ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ନେମାଳ ଅଚ୍ୟୁତାନନ୍ଦ ପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ପରିଷଦ କଟକ ଏବଂ ରାଜ୍ୟ ଗ୍ରାମ୍ୟ ଉନ୍ନୟନ,ପଞ୍ଚାୟତ୍ତିରାଜ, ପାନୀୟଜଳ ବିଭାଗ ପ୍ରତିଷ୍ଠାନ ସଂସ୍ଥା ଦ୍ୱାରା ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଶଙ୍କରପୁର ବାରିକ ସାହି ଅରୁଣଦୋୟ ମାର୍କେଟ ସ୍ୱେଚ୍ଛାସେବୀ ସଂଗଠନ ‘ଭରସା’ ଆନୁକୂଲ୍ୟରେ ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ସଭ୍ୟ ସଭ୍ୟା ମାନଙ୍କୁ ନେଇ ‘ସଶକ୍ତ ପଞ୍ଚାୟତିରାଜ’ ଓ ‘ସଶକ୍ତ ଓଡିଶା’ ଆଦି ବିଭିନ୍ନ ପ୍ରସଙ୍ଗ କୁ ନେଇ ଏକ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ଉପାଧକ୍ଷ ଆଶୋକ କୁମାର ଓଝା, ବ୍ଲକ ଅଧକ୍ଷା ଙ୍କ ପ୍ରତିନିଧି ମନୋଜ କୁମାର ସେଠି ଙ୍କ ସହ ଭରସା ଅନୁଷ୍ଠାନର ପ୍ରଶିକ୍ଷକ ଭାବେ ଯୋଗଦାନ କରି ଉପସ୍ଥିତ ଥିବା ସମସ୍ତ ପଞ୍ଚାୟତ ସଭ୍ୟ ସଭ୍ୟା ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ l ତେବେ ତୃଣମୂଳ ସ୍ଥଳରେ ଲୋକମାନଙ୍କ ସହିତ ରହି ସମସ୍ତ ଜନସାଧାରଣ ଙ୍କ ସମସ୍ୟା କୁ ସମାଧାନ କରି ଏକ ସଶକ୍ତ ପଞ୍ଚାୟତ  ଗଢି ତୋଳିବାରେ ସମସ୍ତଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତିର ସମସ୍ତ ସଭ୍ୟ ସଭ୍ୟା ମାନେ ଯୋଗଦାନ କରି ସକ୍ରିୟ ଭାବେ ପ୍ରଶିକ୍ଷଣ ଗ୍ରହଣ କରିଥିଲେ l

Leave A Reply

Your email address will not be published.