ସତୀଭଟା ଏଆର ଷ୍ଟ୍ରିପରେ ନବୀନ 

0

ପଦ୍ମପୁର/ନୀଳ ଦୀପ :-ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବଲାଙ୍ଗୀର ଜିଲ୍ଲା ଗସ୍ତ ଅବସରରେ ଭୂବନେଶ୍ୱର ରୁ ଉଡାଯାହାଜରେ ଆସି ପଦ୍ମପୁର ସ୍ଥିତ ସତୀଭଟା ଏଆର ଷ୍ଟ୍ରିପଠାରେ ଅବତରଣ କରି ସେଠାରୁ ପୁଣି ହେଲିକପ୍ଟର ଯୋଗେ ବଲାଙ୍ଗୀର ଗସ୍ତ କରିଥିଲେ ।ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ଶ୍ରମ ଓ ଶକ୍ତି ମନ୍ତ୍ରୀ  ଶୁସାନ୍ତ ସିଂ,ପୂର୍ବତନ ମନ୍ତ୍ରୀ ବିଜୟ ରଞ୍ଜନ ସିଂ ବରିହା,ବରଗଡ଼ ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ   ମୁକେଶ ଭାମୁ,ରାସ୍ତା ଓ ଗୄହ ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ଚକ୍ରଧର ପସାୟତ,ଉପଖଣ୍ଡ ପୋଲିସ ଆରକ୍ଷୀ ଅଧିକାର  ଲକ୍ଷ୍ମୀନାରାୟଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।ମାନ୍ୟବର ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ଜିଲ୍ଲା ଗସ୍ତକରି ସତୀଭଟା ଏଆର ଷ୍ଟ୍ରିପ ରୁ ଅପରାହ୍ନରେ ବିମାନ ଯୋଗେ ଭୂବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଥିଲେ ।ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

Leave A Reply

Your email address will not be published.