ଖରମୁଣ୍ଡା କ୍ଲଷ୍ଟରରେ ସୁରଭି କାର୍ଯ୍ୟକ୍ରମ

0

ବିଜେପୁର : ବିଜେପୁର ବ୍ଲକ୍ ଖରମୁଣ୍ଡା କ୍ଲଷ୍ଟର ସ୍ତରୀୟ ସୁରଭୀ କାର୍ଯ୍ୟକ୍ରମ ଖରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଅଛି। ଖରମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ଶ୍ରୀଯୁକ୍ତ ଶରତ କୁମାର ପଧାନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ‘ସୁରଭି’ କାର୍ଯ୍ୟକ୍ରମର ଉଦଘାଟନୀ ସମାରୋହରେ ମୂଖ୍ୟ ଅତିଥି ଭାବରେ ବିଶିଷ୍ଟ ସମାଜସେବୀ ହେମସାଗର ସାହୁ , ସମ୍ମାନୀତ ଅତିଥି ଭାବରେ ସରପଞ୍ଚ ମନୋଜ୍ ପଧାନ ଯୋଗଦେଇଥିଲେ । ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ୧୫୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀଙ୍କୁ ନେଇ ଏହି ପ୍ରତିଭା ଅନ୍ଵେଷଣ ସୁରଭି କାର୍ଯ୍ୟକ୍ରମ ବହୁତ ସୁନ୍ଦର ଭାବରେ ଚାଲିଥିଲା । ବିତର୍କ , ବକ୍ତୃତା, ପ୍ରବନ୍ଧ , ସୃଜନାତ୍ମକ ଲିଖନ , ସଙ୍ଗୀତ , ଚିତ୍ରାଙ୍କନ , କୁଇଜ୍ , ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ସବୁ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଶିକ୍ଷୟତ୍ରୀ ଗଣ ଏହି କାର୍ଯ୍ୟକ୍ରମ ରେ ସକ୍ରିୟ ଅଂଶଗ୍ରହଣ କରି ଆଞ୍ଚଳିକ ସାଧନ କେନ୍ଦ୍ରର ସ୍ତରରୁ ପ୍ରତିଯୋଗୀ ଙ୍କ ମଧ୍ୟରୁ ପ୍ରଥମ , ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ରହିଥିବା ପିଲାଙ୍କୁ ଚୟନ କରିଥିଲେ ।ବିଭିନ୍ନ ବିଭାଗ ରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା ।
ଶିକ୍ଷକ ଶ୍ରୀ ମହେନ୍ଦ୍ର ଆଚାର୍ଯ୍ୟ ସଂଯୋଜନା କରିଥିବା ବେଳେ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ସଦାନନ୍ଦ ଷଡ଼ଙ୍ଗୀ ଅଥିତି ପରିଚୟ ପ୍ରଦାନ କରିଥିଲେ । ଶିକ୍ଷକ ଗଣେଶ ଚନ୍ଦ୍ର ମେହେର ଧନ୍ୟବାଦ୍ ଦେଇଥିଲେ ଓ ଅନ୍ୟ ଶିକ୍ଷକ ଗଣ ସହାୟତା ପ୍ରଦାନ କରିଥିଲେ ଏବଂ କାର୍ଯ୍ୟକ୍ରମ ସାଫଲ୍ୟମଣ୍ଡିତ ହୋଇଥିଲା ।

Leave A Reply

Your email address will not be published.