ପଦ୍ମପୁର: ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ରୋଗୀକଲ୍ୟାଣ ସମିତିର ଏକଜୁକେଟିବ କମିଟୀ ବୈଠକ ପଦ୍ମପୁର ଉପ-ଜିଲ୍ଲାପାଳ ଶ୍ରୀଯୁକ୍ତ ତ୍ରିଲୋଚନ ପାତ୍ର ଙ୍କ ଅଧ୍ୟକ୍ଷତାରେ ଉପଖଣ୍ଡ ଚିକିତ୍ସାଲୟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ସଭାପ୍ରାରମ୍ଭରେ ଉପଖଣ୍ଡ ଚିକିତ୍ସାଳୟ ରୋଗୀକଲ୍ୟାଣ ସମିତି ଗର୍ଭର୍ଣ୍ଣବଡିର ର ଅଧ୍ୟକ୍ଷ ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରୀହା ଙ୍କ ବିୟୋଗରେ ତାଙ୍କୁ ଶ୍ରନ୍ଧାଞ୍ଜଳୀ ପୂର୍ବକ ଏକ ମିନିଟ ନିରବ ପାର୍ଥନା କରାଯାଇଥିଲା। ଏହା ପରେ ପରେ ଉପଖଣ୍ଡ ଚିକିତ୍ସା ଅଧିକାରୀ ଦାଇତ୍ୱ ରେ ଥିବା ଡ଼ଃ ଯଦୁମଣି ସାହୁ ଉପସ୍ଥିତ ସମସ୍ତ ସଦସ୍ୟ ମାନଙ୍କୁ ସ୍ୱାଗତ ଜଣାଇବା ସହିତ ଉପଖଣ୍ଡ ଚିକିତ୍ସାଳୟର ସୁବିଧା ଅସୁବିଧା ତଥା ଆନୁସଂଗିକ ବ୍ୟବସ୍ଥା ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା।ବୈଠକ ରେ ନିଆଯାଇଥିବା ପ୍ରସ୍ତାବ ଗୁଡ଼ିକ ମଧ୍ୟରେ ପୁରୁଣା ଆମ୍ବୁଲାନ୍ସ ଗାଡ଼ି ଗୁଡିକର ମରାମତି ଚିକିତ୍ସାଳୟ ବିଲିଡିଂ ର ମରାମତି ଏବଂ ଉନ୍ନତିକରଣ ସଭାଗୃହ ନିର୍ମାଣ ଅର୍ବାନ ପବ୍ଲିକ ହେଲଥ ସେଣ୍ଟର ପାଇଁ ସ୍ଥାନ ନିରୂପଣ ଚିକିତ୍ସାଳୟ ପରିଚାଳନା ସଂକ୍ରାନ୍ତୀୟ ଆବଶ୍ୟକ ଯନ୍ତ୍ରପାତି ଓ ଜିନିଷ କ୍ରୟ ତଥା ଚିକିତ୍ସାଳୟ ର ସ୍ୱଚ୍ଛତା ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା। ଉକ୍ତ ବୈଠକରେ ଡ଼ଃ ସରୋଜ କୁମାର ସେଠ,ଡ଼ଃ ଦି.ପି. ଏସ୍ ମିଶ୍ର,।ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ରାମଚନ୍ଦ୍ର ମାଝି, ରାସ୍ତା ଓ ଗୃହ ନିର୍ମାଣ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ରୀୟ ମେହେର , ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ଶ୍ରୀ ମହାପାତ୍ର ସାମାଜିକ କର୍ମୀ ଶ୍ରୀ ନିରୋଜ ଦୋରା ,ଶ୍ରୀ ନବକିଶୋର ବରିହା ,ମନୋରମା ମହାପାତ୍ର, ପଦ୍ମପୁର ବି ଇ ଓ ଙ୍କ ପ୍ରତିନିଧି ,ସି ଡି ପି ଓ ଙ୍କ ପ୍ରତିନିଧି ପ୍ରମୁଖ ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ହସ୍ପିଟାଲ ମେନେଜର ଶ୍ରୀ ଦିବ୍ୟ କୁମାର ମେହେର ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post