ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ କାର୍ଯ୍ୟାଳୟ ପରିସରରେ ଗୁରୁବାର ଦିନ ଜିଲ୍ଲାସ୍ତରୀୟ ବିଶ୍ଵ ଦୃଷ୍ଟି ଦିବସ କାର୍ଯ୍ୟକ୍ରମ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ-ଓଡ଼ିଶା ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ମିଳିତ ଆନୁକୁଲ୍ୟରେ ପାଳିତ ହୋଇଯାଇଛି।
ଏହି ଅବସରରେ କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରିବା ସହ ଚକ୍ଷୁର ଯତ୍ନ ଓ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଜନସଚେତନ କରାଇଥିଲେ। ଏହି ସଚେତନତା ଶୋଭାଯାତ୍ରାକୁ ସିଡିଏମ ଓ ପିଏଚଓ ଡ଼ାଃ ପ୍ରଦୀପ କୁମାର ପାତ୍ର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ପରେ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ାଃ ପ୍ରଦୀପ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଡିପିଏଚଓ ଡ଼ାଃ ଏମ୍ ମୁବାରକ ଅଲ୍ଲୀ , ଏଡିପିଏଚଓ ଡ଼ାଃ ଇନ୍ଦିରା ମହାପାତ୍ର ଏବଂ ଚକ୍ଷୁ ବିଶେଷଜ୍ଞ ଡ଼ାଃ ରିକି ମାନେକ୍ସା , ଜିଲ୍ଲା ଏପିଡେମିଓଲୋଜିଷ୍ଟ ଡ଼ାଃ ଶରତ ଚନ୍ଦ୍ର ମହାପାତ୍ର , ଏଡିପିଏଚଓ ଡ଼ାଃ ଆନନ୍ଦ ଚନ୍ଦ୍ର ସାମଲ ଏବଂ ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପିଏଚଇଓ ମମତା ପାଢ଼ୀ ପ୍ରମୁଖ ମଞ୍ଚାସୀନ ରହି ଚକ୍ଷୁର ଯତ୍ନ ଓ ସୁରକ୍ଷା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ବିଭିନ୍ନ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ।
ଦୃଷ୍ଟି ଶକ୍ତି କିଭଳି ଓ କାହିଁକି ହ୍ରାସ ହୋଇଥାଏ କହି ଚକ୍ଷୁର କୌଣସି କିଛିଟା ସମସ୍ୟା ଦେଖା ଦେଲେ ତୁରନ୍ତ ଡାକ୍ତରୀ ପରାମର୍ଶ ନେଇ ଚକ୍ଷୁ ପରୀକ୍ଷା କରାଇ ନେବାକୁ ପରାମର୍ଶ ଦେଇଥିଲେ।
ଏହି ସମସ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଶ୍ରୀ ନେତ୍ରାନନ୍ଦ ଶତପଥି , ଶ୍ରୀ ଜଗଦୀଶ ପଟ୍ଟନାୟକ , ଶ୍ରୀ ନୀଳମଣି ଗୌଡ଼ , ଏ ଏନ୍ ଏମ୍ ପ୍ରଶିକ୍ଷଣ କେନ୍ଦ୍ରର , ଟ୍ୟୁଟର ଶ୍ରୀମତୀ ସୁଫଳା ବେହେରା ଏବଂ ଶ୍ରୀ ସୁବାଷ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post