ଭୁବନେଶ୍ୱର : ଚଳିତ ଅକ୍ଚୋବର ୨୮ ତାରିଖରେବାଲିପାଟଣା ବ୍ଲକରେ ଭୀମ ଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହେବାକୁ ଥିବା ପରିପ୍ରେକ୍ଷୀରେ ଏକ ପ୍ରସ୍ତୁତି ବୈଠକ ବାଲିପାଟଣା ବ୍କକ ପଂଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପଂଚାୟତ ସମିତି ଅଧକ୍ଷା ଶ୍ରୀମତୀ ହରପ୍ରିୟା ଦାସ,ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀ ଆଦିକନ୍ଦ ବେହେରା, ତହସିଲଦାର ଶ୍ରୀ ମୃତ୍ୟୁଞ୍ଜୟ ତ୍ରିପାଠୀଙ୍କ ସମେତ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ, ସଭ୍ୟା, ପଞ୍ଚାୟତ ନିର୍ବାଚିତ ଜନ ପ୍ରତିନିଧି, ମେଡିକାଲ ଅଫିସର ,ସହାୟକ ମଣ୍ଡଳ ଶିକ୍ଷାଧିକାରୀ, ଅଗ୍ନି ନିର୍ବାପକ ଅଧିକାରୀ ଏବଂ ପଂଚାୟତ ସମିତିର କର୍ମଚାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ସଭାକୁ ମଣ୍ଡଳ ସାମାଜିକ ସୁରକ୍ଷା ଅଧିକାରୀ ଦିବ୍ୟଜ୍ୟୋତି ଭୁତିଆ ଏବଂ ତାଙ୍କ ସହାୟକ ସଂଗ୍ରାମ କେଶରୀ ଦାସ ପରିଚାଳନା କରିଥିଲେ ।
ସେହିପରି ଗ୍ରାମ ପଞ୍ଚାୟତ ସ୍ତରରେ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ପ୍ରସ୍ତୁତି ପରିପ୍ରେକ୍ଷୀରେ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପଂଚାୟତ ସମିତି ଅଧକ୍ଷା, ମଣ୍ଡଳ ଉନ୍ନୟନ ଅଧିକାରୀ, ତହସିଲଦାର , ସମସ୍ତ ଜିଲ୍ଲା ପରିଷଦ ସଭ୍ୟ, ସମସ୍ତ ପଞ୍ଚାୟତ ନିର୍ବାଚିତ ଜନ ପ୍ରତିନିଧି, ମେଡିକାଲ ଅଫିସର ,ସହାୟକ ମଣ୍ଡଳ ଶିକ୍ଷାଧିକାରୀ, ଜିଲ୍ଲା ଆପତ୍ତ କାଳୀନ ଅଧିକାରୀ, ଅଗ୍ନି ନିର୍ବାପକ ଅଧିକାରୀ ଏବଂ ସମସ୍ତ ସରକାରୀ କର୍ମଚାରୀମାନେ ଉପସ୍ଥିତ ଥିଲେ। ଏହି ସଭାକୁ ମଣ୍ଡଳ ସାମାଜିକ ସୁରକ୍ଷା ଅଧିକାରୀ ଦିବ୍ୟଜ୍ୟୋତି ଭୁତିଆ ଏବଂ ତାଙ୍କ ସହାୟକ ସଂଗ୍ରାମ କେଶରୀ ଦାସ ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.