ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଆଦର୍ଶ ଥାନା ଓ ଏନ୍ଏସି ଅନ୍ତର୍ଗତ ଶ୍ରୀ ରଘୁନାଥ ଜିଉଙ୍କ ମନ୍ଦିର ଜାଗାରୁ ଜବରଦଖଲ ହଟାଇବାକୁ ଦାବିକରି ସମାଜସେବୀ ସୁଶାନ୍ତ କୁମାର ସାହୁ ଆକ୍ରମଣର ଶିକାର ହୋଇଥିବା ନେଇ ଓଡ଼ଗାଁ ଥାନାରେ ଲିଖିତ ଅଭିଯୋଗ ହୋଇଛି । ନୟାଗଡ଼ ଉପ-ଜିଲ୍ଲାପାଳ ତଥା ଦେବୋତ୍ତର ନିର୍ବାହୀ ଅଧିକାରୀଙ୍କ ଦ୍ବାରା ବାରମ୍ବାର ନୋଟିସ ହୋଇଥିଲେ ମଧ୍ୟ ଏନେଇ କାର୍ଯ୍ୟାନୁଷ୍ଠାନରେ ଅନେକ ବିଳମ୍ବ ଘଟିବାରୁ ନେଇ ତୁରନ୍ତ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରି ଉକ୍ତ ସ୍ଥାନକୁ ମନ୍ଦିରର ଉନ୍ନୟନ କାର୍ଯ୍ୟରେ ବ୍ୟବହାର କରିବା ପାଇଁ ବହୁବାର ଦାବିହୋଇ ଆସୁଥିଲା । ତେବେ ମଙ୍ଗଳବାର ଦିନ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଓଡ଼ଗାଁ ଅଞ୍ଚଳର ପୂଜା ମଣ୍ଡପ ଦର୍ଶନ କରୁଥିବା ସମୟରେ ଶ୍ରୀ ରଘୁନାଥ ଜିଉଙ୍କ ମନ୍ଦିର ନିକଟରେ ଓଡ଼ଗାଁ ବିକାଶ ମଞ୍ଚର ସମାଜସେବୀ ସୁଶାନ୍ତ କୁମାର ସାହୁ ବିଧାୟକ ମହୋଦୟଙ୍କୁ ଏନେଇ ଅବଗତ କରାଇଥିଲେ। ହେଲେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ବିଧାୟକ ନୋଟିସର ଏକ ନକଲ ଚାହିଁବାରୁ ସୁଶାନ୍ତ ଜେରକ୍ସ ପାଇଁ ନିକଟସ୍ଥ ଦୋକାନକୁ ଯାଉଥିଲେ । ଏହି ସମୟରେ ଜବରଦଖଲକାରି ଖଲି ଗୈାଡ ସୁଶାନ୍ତକୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ମରଣାନ୍ତକ ଆକ୍ରମଣ କରିଥିଲେ । ଏଥିରେ ଗୈାଡଙ୍କ ପରିବାର ସଦସ୍ୟମାନେ ମଧ୍ୟ ଆକ୍ରମଣକରି ମାଡମାରି ସୁଶାନ୍ତକୁ ତଳେ ପକାଇ ଦେଇଥିଲେ । ଗୁରୁତର ସୁଶାନ୍ତ ଏନେଇ ଓଡ଼ଗାଁ ଆଦର୍ଶ ଥାନାରେ ଖଲି ଗୈାଡ ଏବଂ ତାଙ୍କ ୩ପୁଅ ସନ୍ତୋଷ, ରମେଶ ଓ ଗାଣ୍ଡୁ ଗୈାଡଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ । ଓଡ଼ଗାଁ ପୋଲିସ ବାପା ପୁଅମାନଙ୍କ ନାମରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।
Sign in
Sign in
Recover your password.
A password will be e-mailed to you.