ଶିଖରପୁର ପଞ୍ଚାୟତ ଉପ-ନିର୍ବାଚନ: ସମିତିସଭ୍ୟ ପଦବୀ ପାଇଁ ୩ ପ୍ରାର୍ଥୀପତ୍ର ଦାଖଲ

0

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ ଜିଲ୍ଲା ଓଡଗାଁ ବ୍ଲକ୍ ଅଧୀନ ଶିଖରପୁର ପଞ୍ଚାୟତରେ ସମିତିସଭ୍ୟ ପଦବୀ ନିମନ୍ତେ ଉପନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜନୀତି ଉଷ୍ମତା ଦେଖିବାକୁ ମିଳିଛି। ପ୍ରଥମ ଓ ଦ୍ବିତୀୟ ଦିନରେ କେହି ପ୍ରାର୍ଥୀପତ୍ର ଦାଖଲ କରିନଥିବା ବେଳେ ତୃତୀୟ ଦିନରେ ୩ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ସମିତିସଭ୍ୟ ପଦବୀ ପାଇଁ ନାରଣ ପ୍ରଧାନ, ଭାଗବତ ସେଠୀ ଏବଂ ବିମଳ କୁମାର ଦାଶଙ୍କ ମଧ୍ୟରେ ତ୍ରୀମୁଖି ଲଢେଇ ହେବ ବୋଲି ଜଣାପଡିଛି। ଆଜି ପ୍ରାର୍ଥୀମାନଙ୍କ ଯାଞ୍ଚ ପରେ ୧୫ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ଆସନ୍ତା ନଭେମ୍ବର ୪ ତାରିଖରେ ନିର୍ବାଚନ ଓ ୫ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ ବୋଲି ଜଣାପଡିଛି। ଏପଟେ ପଂଚାୟତରେ ସମିତିସଭ୍ୟ ପଦବୀକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି । ପ୍ରାର୍ଥୀ ଦୁଆର ଦୁଆର ବୁଲି ଲୋକଙ୍କୁ ଭୋଟ ପାଇଁ ନିବେଦନ କରୁଥିବା ବେଳେ ଆଉ କିଛି ପ୍ରାର୍ଥୀ ନିକାଞ୍ଚନ ଜାଗାରେ ଗୁପ୍ତ ବୈୖଠକ ମାଧ୍ୟମରେ ଲୋକଙ୍କ ନିକଟତର ହେବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ତେବେ କେଉଁ ପ୍ରାର୍ଥୀ ଲୋକଙ୍କ ବିଶ୍ୱାସ ଭାଜନ ହୋଇପାରିବ ତାହା ଆଗାମୀ ଦିନରେ ଜଣାପଡ଼ିବ । ତେବେ କିଏ ଲୋକଙ୍କ ପାଖରେ ଠିଆ ହୋଇ ସୁବିଧା ଅସୁବିଧା ବୁଝିବ, ତାକୁ ନେଇ ଆଲୋଚନା ଯୋର ଧରିଛି। ସୂଚନାଥାଉକି, ଶିଖରପୁର ପଞ୍ଚାୟତ ସମିତିସଭ୍ୟ ପଦବୀରୁ ସନ୍ୟାସୀ ପ୍ରଧାନ ଇସ୍ତଫା ଦେବା ପରେ ଏହି ପଦବୀ ଦୀର୍ଘଦିନ ହେବ ଖାଲି ରହିଛି। ତେବେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଭାଗବତ ସେଠୀଙ୍କ ମଧ୍ୟରେ ଅନ୍ୟ ଦୁଇ ପ୍ରାର୍ଥୀଙ୍କ ପ୍ରତିଦ୍ବନ୍ଦିତା ହୋଇପାରେ ବୋଲି ରାଜନୀତି ସମିକ୍ଷକମାନେ ଆଲୋଚନା କରୁଛନ୍ତି।

Leave A Reply

Your email address will not be published.