ସର୍ବମଙ୍ଗଳ କାମନା କରି ମା ଲଷ୍ମୀ ଙ୍କୁ ଦର୍ଶନ କଲେ ବ୍ଲକ ଅଧ୍ୟକ୍ଷ୍ୟା ସାବିତ୍ରୀ ସେଠୀ

0

ହାଟଡିହି, (ମକର ଧ୍ୱଜ ଯେନା) : କେଉଁଝର ଜିଲ୍ଲା ହାଟଡିହି ବ୍ଲକର ହାଟଡିହି, ଛେନାପଦି, ମତାବାଜ, ଶାଳଣିଆଁ ବଜାର ଭଳି ବିଭିନ୍ନ ଅଞ୍ଚଳରେ ମହାସମାରୋହରେ ଅନୁଷ୍ଟିତ ହୋଇଛି ପ୍ରସିଦ୍ଧ ଗଜ ଲକ୍ଷ୍ମୀ ପୂଜା।ଏହି ପୂଜାରେ ଆକର୍ଷଣୀୟ ତୋରଣ ସହିତ ସୁ ସଜ୍ଜିତ ଆଲୋକ ମାଳାରେ ପୂଜାମଣ୍ଡପ ଗୁଡିକ ହଜାର ହଜାର ଭକ୍ତ ଙ୍କ ମନଲୋଭା ହୋଇଛି।ସେହିପରି ମେଲୋଡି,ରେକର୍ଡ ଡ୍ୟାନ୍ସ ,ଭଜନ ଭଳି ବିଭିନ୍ନ ପ୍ରକାର ସାଂସ୍କୃତିକ କାଯ୍ର୍ୟକ୍ରମ ଅଞ୍ଚଳର ଦର୍ଶକ ସଂଖ୍ୟା କୁ ଦୁଇଗୁଣ କରି ଦେଉଛି।ଏଥିରେ ହାଟଡିହି ବ୍ଲକ ଅଧ୍ୟକ୍ଷ୍ୟା ସାବିତ୍ରି ସେଠୀ ହାଟଡିହି, ଛେନାପଦି ଶାଳଣିଆଁ , ମତାବାଜ ଭଳି ପୂଜାମଣ୍ଡପ ଗୁଡିକ ପରିଦର୍ଶନ କରି ପୂଜାକମିଟି ସଦସ୍ୟ ମାନଙ୍କ ଶୃଙ୍ଖଳିତ କାଯ୍ର୍ୟ ଶୈଳି କୁ ହୃଦୟଙ୍ଗମ କରି ଧନ୍ୟବାଦ ଅପର୍ଣ୍ଣ କରିବା ସହିତ ମାଲକ୍ଷ୍ମୀ ଙ୍କୁ ଦର୍ଶନ କରି ଅଞ୍ଚଳର ସମସ୍ତ ଜନସାଧାରଣଙ୍କ ମଙ୍ଗଳକାମନା ନିମନ୍ତେ ଗୁହାରୀ ଜଣାଇ ଥିଲେ।

Leave A Reply

Your email address will not be published.