ବଡ଼ବିଲ ବାର ଆସୋସିଏସନର  କାର୍ଯ୍ୟବନ୍ଦ ଆନ୍ଦୋଳନ: କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ

0

ବଡ଼ବିଲ (ଶାସକ ପ୍ରଶାସକ): କଟକରେ ଆଇନଜୀବୀଙ୍କୁ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନର ପ୍ରତିବାଦରେ ବଡ଼ବିଲ ବାର ଆସୋସିଏସନ ପକ୍ଷରୁ  ଦିନିକିଆ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି । ଓଡିଶା ରାଜ୍ୟ ବାର କାଉନସିଲର ଡ଼ାକରାରେ ବଡ଼ବିଲ ବାର ଆସୋସିଏସନ ଦିନକ ପାଇଁ କୋର୍ଟ କାର୍ଯ୍ୟରୁ ନିବୃତ ରହିଛି। ହାଇକୋର୍ଟ ବାର ଆସୋସିଏସନର ଆଇନଜୀବୀ ଦେବୀ ପ୍ରସାଦ ପଟନାୟକଙ୍କୁ ଅକାରଣରେ ସର୍ବସାଧାରଣ ସ୍ଥାନରେ ପୋଲିସର ଅମାନବୀୟ ମାଡ଼ ପ୍ରତିବାଦରେ ଏହି କାର୍ଯ୍ୟବନ୍ଦରେ ରାଜ୍ୟ ବ୍ୟାପୀ ଆଇନଜୀବୀ ମାନେ ସାମିଲ ହୋଇଛନ୍ତି।।   

ସେହିପରି ଭଦ୍ରକ ଜିଲ୍ଲା ଧାମନଗର ଓକିଲ ସଙ୍ଘ ପକ୍ଷରୁ ଓଡିଶା ପୋଲିସର କାର୍ଯ୍ୟରତ ଅଧିକାରୀ ହାଇକୋର୍ଟର ଜଣେ ଓକିଲଙ୍କୁ ମାଡ଼ ମାରିବା ଘଟଣାରେ  ଏକ ଦାବି  ପତ୍ର ଧାମନଗର ତହସିଲଦାର ଙ୍କୁ ଦେବା ସହ ଧାମନଗର ବଜାର ଏକ ବାଇକ ରାଲି ହୋଇଛି ।

Leave A Reply

Your email address will not be published.