ମ୍ୟାନେଜମେଣ୍ଟ ଓ ବିଜିନେସ କୁଇଜରେ ରାଉରକେଲା ଇସ୍ପାତ କାରଖାନାର ଦଳଙ୍କ ଉତ୍କର୍ଷ ପ୍ରଦର୍ଶନ 

0

ରାଉରକେଲା/ସୁଶାନ୍ତ ବେହେରା : ରାଉରକେଲା ଇସ୍ପାତ କାରଖାନାର ରିଫ୍ରାକ୍ଟୋରୀ ଇଞ୍ଜିନିୟରିଂ ବିଭାଗର କଣ୍ଟ୍ରାକ୍ଟ ସେଲ ୱାର୍କ୍ସ ବିଭାଗର ଡେପୁଟି ମ୍ୟାନେଜର, ଶ୍ରୀମତୀ ଦିବ୍ୟା ଦାସ ଓ ଡେପୁଟି ମ୍ୟାନେଜର, ଶ୍ରୀ ସମ୍ପଦ ମିଶ୍ରଙ୍କୁ ନେଇ ଗଠିତ ଦଳ ଅଗଷ୍ଟ ୧୮ ତାରିଖରେ ଭିଲାଇ ଠାରେ ଅନୁଷ୍ଠିତ ସେଲ ସ୍ତରୀୟ ମେନେଜମେଣ୍ଟ ଓ ବିଜିନେସ କୁଇଜ ‘ସକ୍ଷମ-୨୦୧୮’ ପ୍ରତିଯୋଗିତାର ଗ୍ରାଣ୍ଡ ଫାଇନାଲରେ ବିଜେତା ହୋଇ ଇସ୍ପାତ କାରଖାନା ପାଇଁ ଗୌରବ ଆଣିଦେଇଛନ୍ତି। ଉଲ୍ଲେଖନୀୟ ଯେ, ଚମ୍ପିୟାନ ଆଖ୍ୟା ଲାଭ କରିଥିବା ଏହି କୁଇଜ ତାରକା ଦ୍ୱୟ ପତି ପତ୍ନୀ ଅଟନ୍ତି । ଉକ୍ତ ସମ୍ମାନଜନକ ପ୍ରତିଯୋଗିତାରେ ଆରଏସପି ସମେତ ସେଲର ବିଭିନ୍ନ ୟୁନିଟର ଅଧିକାରୀଙ୍କର ୧୨ଟି ଦଳ ଭାଗ ନେଇଥିଲେ। ବୋକାରୋ ଷ୍ଟିଲ ପ୍ଳାଣ୍ଟର ଦଳ ପ୍ରଥମ ରନର୍ସ ଅପ ଆଖ୍ୟା ଲାଭ କରିଥିବାବେଳେ ଭିଲାଇ ଇସ୍ପାତ କାରଖାନାର ପ୍ରତିଯୋଗୀ ଦଳ ଦ୍ଵିତୀୟ ସ୍ଥାନ ହାସଲ କରିଥିଲେ। 

ଅନୁରୂପ ଭାବେ କର୍ମଚାରୀ ବର୍ଗରେ ଅନୁଷ୍ଠିତ ‘ସମର୍ଥ’ ମେନେଜମେଣ୍ଟ ଓ ବିଜିନେସ କୁଇଜରେ  ଆରଏସପି ସିଓ-ସିସିଡ଼ି ବିଭାଗରେ ଓସିଟି ରୂପେ କାର୍ଯ୍ୟରତ ଶ୍ରୀ ସଞ୍ଜୟ କୁମାର ସାହୁ ଓ ଶ୍ରୀ ବୃନ୍ଦାବନ ନାୟକଙ୍କୁ ନେଇ ଗଠିତ ଦଳ ପ୍ରତିଯୋଗିତାରେ ଦ୍ଵିତୀୟ ରନର୍ସ ଅପ ଆଖ୍ୟା ଲାଭ କରିଥିଲା। ଏଥିରେ ଆଇଏସପି ବର୍ଣ୍ଣପୁର ଦଳ ଚମ୍ପିୟାନ ହୋଇଥିବା ବେଳେ ବୋକାରୋ ଷ୍ଟିଲ ପ୍ଳାଣ୍ଟର ଦଳ ପ୍ରଥମ ରନର୍ସ ଅପ ହୋଇଥିଲେ ।

ବିଜେତାମାନେ ଉତ୍ସବର ମୁଖ୍ୟ ଅତିଥି ଭିଲାଇ ଇସ୍ପାତ କାରଖାନାର କାର୍ମିକ ଓ ପ୍ରଶାସନ ବିଭାଗର ଜିଏମ, ଶ୍ରୀ ଆର  ଏନ ପଣ୍ଡାଙ୍କ ଠାରୁ ଟ୍ରଫି ଗ୍ରହଣ କରିଥିଲେ। 

ସୂଚନାଯୋଗ୍ୟ ଯେ, ସେଲ ମେନେଜମେଣ୍ଟ ଓ ବିଜିନେସ କୁଇଜ କର୍ପୋରେଟ ଏଚଆରଡ଼ି ଦ୍ଵାରା ଆୟୋଜିତ ହେଉଛି। ସେଲର ଅଧିକାରୀ ଓ ଅଣଅଧିକାରୀ କର୍ମଚାରୀଙ୍କ ମଧ୍ୟରେ ବିଶେଷତଃ ଯୁବବର୍ଗଙ୍କୁ ସେମାନଙ୍କର ଜ୍ଞାନର ବିକାଶ ତଥା ବିଜିନେସ ଡେଭେଲପମେଣ୍ଟ, ନୂତନ ମେନେଜମେଣ୍ଟ ତତ୍ତ୍ଵ, ବିଜିନେସ ବ୍ୟକ୍ତିତ୍ଵ, ମହତ୍ତ୍ୱପୂର୍ଣ୍ଣ ବିଷୟାବଳୀ, ସେଲର ଐତିହ୍ୟ ଓ ଇତିହାସ ସନ୍ଦର୍ଭରେ ସଚେତନ କରାଇବା ଉଦ୍ଦେଶ୍ୟରେ  ଏହି ବାର୍ଷିକ ପ୍ରତିଯୋଗିତାର ଆୟୋଜିତ ହୋଇଆସୁଛି 

Leave A Reply

Your email address will not be published.