ନିଶ୍ଚିନ୍ତକୋଇଲି ବ୍ଲକ ବିଜୁ ମହିଳା ଜନତା ଦଳ ସଭାପତି ହେଲେ କବିତା ସେନାପତି

0

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ପ୍ରତାପ ଜେନାଙ୍କୁ ଜଣାଇଲେ କୃତଜ୍ଞତା

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ସୁପାରିଶ କ୍ରମେ ନିଶ୍ଚିନ୍ତକୋଇଲି ବ୍ଲକ ବିଜୁ ମହିଳା ଜନତା ଦଳ ନବନିଯୁକ୍ତ ସଭାପତି ଭାବେ କବିତା ସେନାପତିଙ୍କୁ ମନୋନୀତ କରାଯାଇଛି । ମାହାଙ୍ଗା ବିଧାୟକ ପ୍ରତାପ ଜେନା ଶ୍ରୀମତୀ ସେନାପତି ଙ୍କ ଉପରେ ଆସ୍ଥା, ଭରସା, ବିଶ୍ୱାସ ପ୍ରକଟ କରି ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପାଇଁ ସୁପାରିଶ କରିଛନ୍ତି । ବ୍ଲକ ବିଜୁ ମହିଳା ଜନତା ଦଳ ସଭାପତି ଭାବେ ମନୋନୀତ କରାଯାଇଥିବାରୁ ଶ୍ରୀମତୀ ସେନାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମାହାଙ୍ଗା ବିଧାୟକ ପ୍ରତାପ ଜେନା ଓ ବିଜୁ ମହିଳା ଜନତା ଦଳ ସଭାପତି ସ୍ନେହାଙ୍ଗିନୀ ଛୁରିଆଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଅପରପକ୍ଷରେ ଶ୍ରୀମତୀ ସେନାପତି ପଦବୀ ପାଇଲା ପରେ ବ୍ଲକ ବିଜୁ ମହିଳା ଜନତା ଦଳର ସଂଗଠନକୁ ମଝବୁତ୍ କରିବା ପାଇଁ ଶତଚେଷ୍ଟା ଉଦ୍ୟମ ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି । ଏହି ଅବସରରେ ଶ୍ରୀମତୀ ସେନାପତିଙ୍କୁ ବ୍ଲକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି, ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ବ୍ଲକ ଅଧ୍ୟକ୍ଷା ରୋଜୀ ସେଠୀ, ପ୍ରାକ୍ତନ ଅଧ୍ୟକ୍ଷ ଗିରିଶରଂଜନ ମହାପାତ୍ର, ସମାଜସେବୀ ହିମାଂଶୁଶେଖର ମହାନ୍ତି, ବିଜେଡ଼ି ନେତା ପ୍ରମୋଦ ସ୍ୱାଇଁ, ବ୍ରଜମୋହନ ପଣ୍ଡା, ଯୁବ ବିଜେଡ଼ି ସଭାପତି ଜ୍ଞାନରଂଜନ ରାଉତ, ଛାତ୍ର ବିଜେଡ଼ି ସଭାପତି ସୁଶାନ୍ତ ନାୟକ ଙ୍କ ସମେତ ସମସ୍ତ ବ୍ଲକ ବିଜୁ ମହିଳା ଜନତା ଦଳ ନେତ୍ରୀବୃନ୍ଦ ଢେରସାରା ଅଭିନନ୍ଦନ ଓ ସ୍ୱାଗତ ଜଣାଇଛନ୍ତି ।

Leave A Reply

Your email address will not be published.