ନିଯୁକ୍ତ ହେଲେ ବୋର୍ଡ ନିଗମ ଅଧ୍ୟକ୍ଷ-ଉପାଧ୍ୟକ୍ଷ ଓ ବିଭାଗୀୟ ପରାମର୍ଶଦାତା

0
  • ଅମରେଶ, ଚିନ୍ମୟ, ସତ୍ୟବ୍ରତ, ସଂଗ୍ରାମ, ମିନତୀ, ଦେବାଶିଷ ଓ ଅନୁଭବ ବଜାୟ ରଖିଲେ ପୂର୍ବ ପଦ

  • ଲେନିନ, ବିଜୟ, ଶ୍ରିମୟୀ ପ୍ରମୁଖ ପରିବର୍ତ୍ତିତ ସଂସ୍ଥାରେ ପୁନଃ ଅବସ୍ଥାପିତ

  • ଚ୍ୟାଉପଟ୍ଟନାୟକ ଓ ପଟଶାଣୀଙ୍କୁ ରାଜ୍ୟ ଯୋଜନା ବୋର୍ଡରେ ସଦସ୍ୟ ଭାବେ କ୍ୟାବିନେଟ ପାହ୍ୟା

  • ପ୍ରଦୀପ ମାଝୀଙ୍କୁ ସ୍ପେସିଆଲ ଡେଭେଲପମେଣ୍ଟ କାଉନ୍ସିଲ ଅଧ୍ୟକ୍ଷ ଭାବେ ନିଯୁକ୍ତି

ଭୁବନେଶ୍ୱର :ରାଜ୍ୟ ସରକାର  ଆଜି ବିଭିନ୍ନ  ବୋର୍ଡ ନିଗମ  ନିଗମ ଅଧ୍ୟକ୍ଷ-ଉପାଧ୍ୟକ୍ଷ ଓ ବିଭାଗୀୟ ପରାମର୍ଶଦାତାଙ୍କୁ ନିଯୁକ୍ତି ଦେଇଛନ୍ତି | ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ନିର୍ଦ୍ଦେଶାବଳୀ ଜାରି ହୋଇଛି । ଆଜି ପ୍ରକାଶିତ ତାଲିକା ଅନୁଯାୟୀ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଓ ପ୍ରସନ୍ନ ପଟଶାଣୀଙ୍କୁ ରାଜ୍ୟ ଯୋଜନା ବୋର୍ଡରେ ସଦସ୍ୟ ପଦ ମିଳିଛି  କ୍ୟାବିନେଟ ପାହ୍ୟାରେ । ସେହିପରି ସାଧୁ ନେପାକଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟାରେ  ରାଜ୍ୟ ଯୋଜନା ବୋର୍ଡରେ ସଦସ୍ୟ ପଦ ମିଳିଛି |  ପ୍ରଦୀପ ମାଝୀଙ୍କୁ ସ୍ପେସିଆଲ ଡେଭେଲପମେଣ୍ଟ କାଉନ୍ସିଲ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଥିବା ବେଳେ କଳିକେଶ ନାରାୟଣ ସିଂଦେଓଙ୍କୁ ହାଉସିଂ ବୋର୍ଡ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି | ଗତ ପାଳିରେ ଥିବା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀ, କ୍ଷୁଦ୍ର ଶିଳ୍ପ ନିଗମ ଅଧ୍ୟକ୍ଷ ଚିନ୍ମୟ ସାହୁ, ଓଡିଶା ଫିଲ୍ମ ଡେଭେଲପମେଣ୍ଟ କର୍ପୋରେସନ ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ,  ଖାଦି ବୋର୍ଡ ସଭାପତି ସଂଗ୍ରାମ ପାଇକରାୟ, ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା, କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି,  E & IT  ବିଭାଗ ଉପଦେଷ୍ଟା ଅନୁଭବ ପଟ୍ଟନାୟକ ପ୍ରମୁଖ ସେମାନଙ୍କ ପୂର୍ବ ପଦବୀ ବଜାୟ ରଖିଥିବା ବେଳେ ଲେନିନ ମହାନ୍ତି ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷ, ବିଜୟ ନାୟକଙ୍କୁ ବିହନ ନିଗମ ଅଧ୍ୟକ୍ଷ, ଶ୍ରିମୟୀ ମିଶ୍ରଙ୍କୁ ଓଡିଶା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ଭାବେ ପରିବର୍ତ୍ତିତ ସଂସ୍ଥାରେ ପୁନଃ ଅବସ୍ଥାପିତ ହୋଇଛନ୍ତି |  କଳିକେଶ ସିଂଦେଓଙ୍କୁ ହାଉସିଂ ବୋର୍ଡ ଅଧ୍ୟକ୍ଷ ଦାୟିତ୍ବ ମିଳିଛି। ପ୍ରଭାତ ଆଦିତ୍ୟ ମିଶ୍ରଙ୍କୁ ଏପିକଲର ଅଧ୍ୟକ୍ଷ ଦାୟିତ୍ବ ପ୍ରଦାନ କରାଯାଇଛି | ସରୋଜିନୀ ହେମ୍ବ୍ରମଙ୍କୁ ଏସସି ଏସଟି ବିଭାଗ ଉପଦେଷ୍ଟା ଭାବେ ଅବସ୍ଥାପିତ କରାଯାଇଥିବା ବେଳେ କସ୍ତୁରୀ ମହାପାତ୍ର ଉତ୍କଳ ପ୍ରସଙ୍ଗ ଓ ଓଡିଶା ରିଭ୍ୟୁ ସମ୍ପାଦକ, ସନ୍ତୋଷ ବେଜଙ୍କୁ କୃଷି ଶିଳ୍ପ ନିଗମ ଉପାଧ୍ୟକ୍ଷ, ଡି ବିଶ୍ବନାଥଙ୍କୁ ଓଆରଏଚ୍‌ଡିସି ଅଧ୍ୟକ୍ଷ,  କୁନବିହାରୀ ଦାସଙ୍କୁ ଓଡ଼ିଶା ରାଜ୍ୟ ଯୁବ କଲ୍ୟାଣ ବୋର୍ଡରେ ଅଧ୍ୟକ୍ଷ ଓ  ଓ ପବିତ୍ର ପାଣିଗ୍ରାହୀ ଗଂଜାମ  ଆଞ୍ଚଳିକ ଉନ୍ନୟନ ଟ୍ରଷ୍ଟ ଅଧ୍ୟକ୍ଷ  ଭାବେ ନିଯୁକ୍ତି ଦିଆଯାଇଛି |  ସୁରେନ୍ଦ୍ର ପ୍ରଧାନଙ୍କୁ ଓଡ଼ିଶା ଷ୍ଟେଟ ଏଗ୍ରିକଲଚର ମାର୍କେଟିଂ ବୋର୍ଡରେ ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଥିବା ବେଳେ ରାମଚନ୍ଦ୍ର ପଣ୍ଡା କୃଷି ଓ କୃଷକ ସଶକ୍ତକରଣ ବିଭାଗ ଉପଦେଷ୍ଟା ହୋଇଛନ୍ତି। ସୁଧୀର ଦାସ, ନିବେଦିତା ନାୟକଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ଦାୟିତ୍ବ ଦିଆଯାଇଛି। ଡ. ଲୋପାମୁଦ୍ରା ବକ୍ସିପାତ୍ର ଓ ଗୀତା ବସ୍ତିଆଙ୍କୁ ମିଶନ ଶକ୍ତି ଉପଦେଷ୍ଟା, ସୁମିତ୍ରା ଜେନାଙ୍କୁ ମହିଳା ଶିଶୁ କଲ୍ୟାଣ ବିଭାଗ ଉପଦେଷ୍ଟା ଦାୟିତ୍ବ ଦିଆଯାଇଛି।

Leave A Reply

Your email address will not be published.