ପାଉରି ଘରୱାଲ :ଗତକାଲି ରାତିରେ ଉତ୍ତରାଖଣ୍ଡର ପାଉରି ଘରୱାଲରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨୫ ଜଣଙ୍କ ଦୁଃଖଦ ମୃତ୍ୟୁ ଘଟିଥବା ସୂଚନା ମିଳିଛି | ସୂଚନାଯୋଗ୍ୟ ଯେ , ବାହାଘର ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଗତକାଲି ରାତିରେ ଧୁମାକୋଟର ବୀରୋକାଲ ଅଞ୍ଚଳପାଉରି ଘରୱାଲ ଠାରେ ଏକ ଘାଟିରେ ଖସିଯିବା ପରେ 25 ଜଣଙ୍କର ମୃତ୍ୟୁ ଘଟିଛି। ସିମଡି ଗ୍ରାମ ନିକଟରେ ଦୁର୍ଘଟଣାସ୍ଥଳରେ ରାତାରାତି ଅପରେସନ୍ ପରେ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବଳ ଏବଂ ପୋଲିସ ଦ୍ୱାରା ମୋଟ 21 ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା।
ରାଜ୍ୟ ପୋଲିସ ମୁଖ୍ୟ ଅଶୋକ କୁମାରଙ୍କ କହିବା ଅନୁଯାୟୀ ବସ୍ ଦୁର୍ଘଟଣାରେ 25 ଜଣଙ୍କ ମୃତଦେହ ମିଳିଥିଲା। ପୋଲିସ ଏବଂ ଏସଡିଆରଏଫ ରାତିରେ 21 ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ | ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Sign in
Sign in
Recover your password.
A password will be e-mailed to you.