ରାବଣ ଦରବାରର ଦ୍ଵିତୀୟ ଦିବସରେ ସଫଳ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା

0

ଖରମୁଣ୍ଡା ଠାରେ ଦୁର୍ଗାପୂଜା ସହ ହନୁମାନ ମନ୍ଦିର ପ୍ରତିଷ୍ଠା

ବିଜେପୁର: ବରଗଡ ଜିଲ୍ଲା ବିଜେପୁର ବ୍ଲକ୍ ଅନ୍ତର୍ଗତ ଖରମୁଣ୍ଡା ଠାରେ ଦୁର୍ଗାପୂଜା ସହ ହନୁମାନ ମନ୍ଦିର ପ୍ରତିଷ୍ଠା ମହାଆଡମ୍ବରରେ ଓ ଉତ୍ସାହ ଉଦ୍ଦୀପନାରେ ଅନୁଷ୍ଠିତ ହେଉଛି । ରାବଣ ଦରବାରର ଦ୍ଵିତୀୟ ଦିବସ ଅବସରରେ ଆଜି ସରପଞ୍ଚ ତଥା ପୂଜା କମିଟି ସଭାପତି ମନୋଜ କୁମାର ପଧାନଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ତରରେ ସଫଳତା ହାସଲ କରିଥିବା ବ୍ୟକ୍ତି ବିଶେଷ ଙ୍କୁ ଉପଢୌକନ ସହ ସମ୍ମାନୀତ କରାଯାଇଥିଲା। ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ପାରଦର୍ଶିତା ପ୍ରଦାନ ସହ ଅସହାୟ ଲୋକଙ୍କ ପାଖରେ ନିଜର ସେବା ଯୋଗାଇ ଦେଇଥିବା ଡ. ସୁଶାନ୍ତ କୁମାର ମେହେର ଓ ସ୍ଥାନୀୟ ଅଂଚଳରେ ଲୋକଙ୍କ ପାଖରେ ସ୍ବାସ୍ଥ୍ୟ ସେବା ଯୋଗାଇ ଲୋକଙ୍କ ପାଖରେ ପରିଚିତ ଥିବା ଡ.ସୁଦାମ ସାହୁ ଙ୍କୁ ସ୍ୱାସ୍ଥ୍ୟ ସେବା ସମ୍ମାନ , ଖେଳ ଶିକ୍ଷକ ଭାବରେ କାର୍ଯ୍ୟ କରିବା ସହ କ୍ରୀଡା କୁ ଆଗେଇ ନେଉଥିବା ଶ୍ରୀ ସଚ୍ଚିଦାନନ୍ଦ ପଧାନ କ୍ରୀଡା କ୍ଷେତ୍ରରେ , ବିଶିଷ୍ଟ ସମାଜ ସେବୀ ଶ୍ରୀମତୀ ରଶ୍ମିତା ମେହେର ସମାଜ ସେବା କ୍ଷେତ୍ରରେ, ଯୁବ ଶିଳ୍ପୋଦ୍ୟୋଗୀ କ୍ଷେତ୍ରରେ ଶ୍ରୀ ଅଚ୍ୟୁତ ତ୍ରିପାଠୀ , ଶିକ୍ଷା କ୍ଷେତ୍ରରେ ଗଣିତ ରେ ୟୁନିଭର୍ସିତି ଟପ୍ପର ହୋଇ ଗୋଲ୍ଡ ମେଡାଲ ହାସଲ କରିଥିବା ଶ୍ରୀ ଆକାଶ ପ୍ରଧାନ , ତିଲୋଚନ ଭୋଇ , ଲବଣୀ ପ୍ରଧାନ ଓ ତରଣୀ ରଥ ଙ୍କୁ ବିଗତ ଦିନରେ ଦୁର୍ଗା ପୂଜା ଅବସରରେ ଯୋଗାଉଥିବା ସେବା ପାଇଁ ସମ୍ମାନୀତ କରାଯାଇଥିଲା। ସଭା ପରିଚାଳନା କରିଥିଲେ ବିଶିଷ୍ଟ ଶିକ୍ଷାବିତ୍ ଦିଲ୍ଲୀପ ପ୍ରଧାନ ।

Leave A Reply

Your email address will not be published.