ହାଟଡିହି( ମକରଧ୍ବଜ ଯେନା,) : କେଉଁଝର ଜିଲ୍ଲା ହାଟଡିହି ବ୍ଲକ ଗେଡମା ପଞ୍ଚାୟତର ଗେଡମା ଗ୍ରାମର ଗ୍ରାମୀଣ ଡାକ ସେବକ ସ୍ବର୍ଗତଃ ଗୋଲକ ବିହାରୀ ଦାସ ଙ୍କ ସୃତିରେ ଏକ ସୃତି ସଭା ପାଳିତ ହୋଇଯାଇଅଛି।ଏହି ସୃତି ସଭାରେ ରାମଚନ୍ଦ୍ର ପଣ୍ଡା ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିଲାବେଳେ ମୁଖ୍ୟବକ୍ତା ଗେଡମା ସରପଞ୍ଚ ସିଲାରାଣୀ କାଣ୍ଡି ଓ ସମାଜସେବୀ ସୁରେନ୍ଦ୍ର କାଣ୍ଡି ସେମାନଙ୍କର ଅଭିଭାଷଣ ମଧ୍ୟମରେ ଗୋଲକ ବିହାରୀ ଦାସ ଜଣେ ଅମାୟିକ ବ୍ୟକ୍ତିତ୍ୟ ଥିଲେ ତାଙ୍କର ଅମ୍ଳାନ ପ୍ରତିଭା ଅଞ୍ଚଳରେ ବ୍ୟାପକ ହୋଇଥିବା ସହିତ ସେ ଜଣେ କର୍ତ୍ତବ୍ୟ ନିଷ୍ଟା ଡାକ ସେବକ ଓ ପରୋଉପକାରୀ ଧର୍ମପରାୟଣ ବ୍ୟକ୍ତିଥିଲେ ବୋଲି ମତପ୍ରକାଶ କରିଥିଲେ।ଏଥିରେ ସହକର୍ମୀ କୋଦଣ୍ଡଧର ନାୟକ,ଦୈତାରୀ ବେହେରା,ଭଦ୍ରତନୁ ସା,ବିଜୟ ପହି,ମାନସ ଦାସ,ଜଗବନ୍ଧୁ ଦାସ ସମେତ ଅଞ୍ଚଳର ବହୁମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ସ୍ବର୍ଗତଃ ଗୋଲକ ବିହାରୀ ଦାସ ଙ୍କ ତୈଳଚିତ୍ର ରେ ପୁଷ୍ପ ମାଲ୍ୟାର୍ପଣ କରି ସ୍ବର୍ଗତ ଆତ୍ମାର ସଦ୍ ଗତି ନିମନ୍ତେ ପ୍ରାର୍ଥନା କରିଥିଲେ।
Sign in
Sign in
Recover your password.
A password will be e-mailed to you.