ଭଞ୍ଜନଗର : ଭଞ୍ଜନଗର ବ୍ଳକ ସ୍ଥିତ କଲେଜ ଦଣ୍ଡପାଣି ମହାରଥା କଲେଜର ୩୧ ତମ ପ୍ରତିଷ୍ଠା ଉତ୍ସବ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ସୁଶାନ୍ତ କୁମାର ନାୟକ ଙ୍କ ପୌରାହିତ୍ୟ ଅନୁଷ୍ଠିତ କାଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବେଲଗୁଣ୍ଠା ଅଞ୍ଚଳର ନାଟ୍ୟ ନିର୍ଦେଶକ ତଥା ସମାଜସେବୀ ଆଲୁପତି ସୁରେଶ ପାତ୍ର,ମୁଖ୍ୟ ବକ୍ତା ଭାବରେ ବେଲଗୁଣ୍ଠା କଲେଜ ଇତିହାସ ବିଭାଗ ମୁଖ୍ୟ ଅଶୋକ କୁମାର ସ୍ୱାଇଁ,ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ସମିତି ସଭ୍ୟ ମାମାଜିନ ଗୌଡ଼, ବରିଷ୍ଠ ସାମ୍ବାଦିକ ସୁଶାନ୍ତ କୁମାର ସାହୁ ଓ କଣ୍ଠଶିଳ୍ପୀ ରୋଜାଳିନ ପତି ପ୍ରମୁଖ ମଞ୍ଚାସୀନ ଥିଲେ। ଦୀର୍ଘ ୩୧ ବର୍ଷ ଗଢି ଉଠିଥିବା ଏହି ମହାବିଦ୍ୟାଳୟର ସୃତି,ଅନୁଭୂତି ଓ ଉନ୍ନତିର ଗାଥା ଏବଂ ଛାତ୍ରଛାତ୍ରୀ ଙ୍କ ଉଜ୍ଵଳ ଭବିଷ୍ୟତ ଏହି ଅବସରରେ ଅତିଥି ବୃନ୍ଦ କାମନା କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ପାତ୍ର ଓ କଲେଜର ପୁରାତନ ଛାତ୍ର ପ୍ରଶାନ ଗୌଡ଼ଙ୍କୁ କଲେଜ ପକ୍ଷରୁ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏଥି ସହିତ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା। ଅଧ୍ୟାପକ ଦୁର୍ଗା ମାଧବ ଦାସ ସଭା ସଂଯୋଜନା କରିଥିବା ବେଳେ ଛାତ୍ରୀ ଟିକି ବେହେରା ଓ ସନ୍ତୋଶିନୀ ଡାକୁଆ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ବଙ୍ଗାଳି,ଦେବା,ସିଲୁ ଙ୍କ ସମେତ କଲେଜର ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ। ଶେଷରେ ବିରୂପାକ୍ଷ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.