ଜଗତସିଂହପୁର ଜିଲ୍ଲାରେ ଶିକ୍ଷା ବଂଚାଅ ଦିବସ ପାଳିତ

0

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଭାରତୀୟ ନବଜାଗରଣର ଅନ୍ୟତମ ପୁରୋଧା,,ମହାନ୍ ମାନବତାବାଦୀ ଦାର୍ଶନିକ, ଶିକ୍ଷାବିତ, ଆଦର୍ଶ ଶିକ୍ଷକ, ପାଠ୍ୟପୁସ୍ତକ ରଚୟିତା, ନାରୀ ଶିକ୍ଷା ପ୍ରଚଳନ ର ଆଗୁଆ ଯୋଦ୍ଧା , ବିଧବା ବିବାହ ପ୍ରଚଳନର ପୃଷ୍ଠପୋଷକ ହିନ୍ଦୁ ବିଶ୍ଵବିଦ୍ୟାଳୟର ପ୍ରାକ୍ତନ କୁଳପତି, ବହୁତ ସ୍କୁଲ କଲେଜର ପ୍ରତିଷ୍ଠାତା ଈଶ୍ୱର ଚନ୍ଦ୍ର ବିଦ୍ୟା ସାଗର ୧୮୨୦ ମସିହା ସେପ୍ଟେମ୍ବର ୨୬ ତାରିଖରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଜନ୍ମ ଦିବସ କୁ ଅଲ୍ ଇଣ୍ଡିଆ ସେଭ୍ ଏଜୁକେସନ କମିଟି ସାରା ଦେଶରେ ଶିକ୍ଷା ବଂଚାଅ ଦିବସ ଭାବେ ପାଳନକରୁଅଛି। ଆଜି ନାଉଗାଁ ବ୍ଳକ ଅନ୍ତର୍ଗତ ବା°ଶ ଗ୍ରାମ ରେ ପାଳିତ ହୋଇଅଛି। ସାମାଜିକ କର୍ମୀ ତଥା ଅଲ୍ ଇଣ୍ଡିଆ ସେଭ୍ ଏଜୁକେସନ କମିଟି ସଦସ୍ୟ ସୁବାସ ଚନ୍ଦ୍ର ସ୍ଵାଇଁ ଈଶ୍ୱର ଚନ୍ଦ୍ର ବିଦ୍ୟା ସାଗର ଙ୍କ ଜୀବନ ସଂଗ୍ରାମ ସଂପର୍କରେ ଆଲୋଚନା କରିଥିଲେ। ବିଦ୍ୟା ସାଗର ଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇଛି।ସର୍ବଶ୍ରୀ ବିକାଶ ପରିଡ଼ା, ସୂର୍ଯ୍ୟା°ଶ ବିଦ୍ୟା ସାଗର, ଦର୍ଶନ ସ୍ଵାଇଁ, ବିଶ୍ଵଜିତ ଦାସ, ସ୍ନେହଲତା ସ୍ଵାଇଁ, ମଧୁସ୍ମିତା ଦାସ, ରାଜଶ୍ରୀ ବିଶ୍ଵାଳ ପ୍ରିୟତମା ସ୍ବାଇଁ ବିଜୟ ଲକ୍ଷ୍ମୀ ମହାରଣା ସୂରଜ ସ୍ଵାଇଁ ପ୍ରମୁଖ କାର୍ଯ୍ୟ କ୍ରମ ପରିଚାଳନା କରିଥିଲେ।

Leave A Reply

Your email address will not be published.