ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବାଳ ମୁକୁନ୍ଦ କେନ୍ଦ୍ର ଉପସ୍ଥାପନା କରିଥିବା ଚଳିତ ମାସର ଶେଷ ରବିବାର ଭ୍ରାମ୍ୟମାଣ କୃପାଳୁ ଶିଶୁ ସାହିତ୍ୟ ଆସର ରାଜୁଗୁରୁ ସାହି ନିବାସୀ ସମାଜସେବୀ ତଥା ଶିଶୁ ପ୍ରେମୀ ରାମଚନ୍ଦ୍ର ମହାପାତ୍ର ଗୃହରେ ତାଙ୍କରି ସଭାପତିତ୍ତ୍ଵରେ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମର ବିଷୟ ବସ୍ତୁ ଥିଲା “ମହାଳୟା ଅମାବାସ୍ୟା”। ଏହି ବିଷୟରେ ମହାପାତ୍ର ମହୋଦୟ ଶିଶୁମାନଙ୍କୁ ବୁଝାଇବା ସହ ଜଗଦଗୁରୁ କୃପାଳୁ ମହାରାଜଙ୍କ ସମାଜ କଲ୍ୟାଣ ପାଇଁ ତାଙ୍କର ତ୍ୟାଗ ସମ୍ପର୍କରେ ଅବଗତ କରାଇଥିଲେ।
ପରେ ସମସ୍ତ ଶିଶୁ ଆଲୋଚନାରେ ଭାଗ ନେଇ ପିତୃପକ୍ଷ , ମହାଳୟା , ସାତ ଘର ଭିକ୍ଷା , ବଜ୍ରମାହାଙ୍କାଳୀ ପୂଜା ସମ୍ପର୍କରେ କହିଥିଲେ। ଶେଷରେ କେନ୍ଦ୍ର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀଙ୍କ ସହିତ ସମସ୍ତେ ଜଗଦଗୁରୁ କୃପାଳୁ ମହାରାଜଙ୍କ ଜନ୍ମଶତବର୍ଷିକୀର ଶୁଭ କାମନା ଜଣାଇଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post