ଖୋର୍ଦ୍ଧା/ବାଣପୁର:-(ସେକ୍ କୌଶର) ବାଣପୁରର ଅଧିଷ୍ଟାତ୍ରୀ ଦେବୀ ମା” ଭଗବତୀଙ୍କ ର ଶାରଦୀୟ ପର୍ବ ଅବସରରେ ପବିତ୍ର ମହାଳୟା ଅମାବାସ୍ୟାରେ ଆଜି ରାତିରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଭେଟଯାତ୍ରା ଅନୁଷ୍ଠିତ ହୋଇଯାଇଛି।ମା” ଭଗବତୀଙ୍କ ତାଙ୍କ ପରମ ଭକ୍ତ ବଳିଜେନାକୁ ସାଥିରେ ନେଇ ମା, ଭେଟ ଅମାବାସ୍ୟା ଯାତ୍ରା ଆରମ୍ଭ କରିଛନ୍ତି। ମା” ଭଗବତୀଙ୍କ ବଡ ଭଉଣୀ ବିରଜାଇଙ୍କ ବିଜେ ପ୍ରତିମା ସ୍ବରୂପ କାଠି ଠାକୁରାଣୀଙ୍କ ଘଣ୍ଟ ଘଣ୍ଟା,ଖୋଳତାଳ, ଢୋଲ,ତୂରୀ, ଛତ୍ରୀ ଓ ଶଙ୍କନାଦରେ ତାଳେ ତାଳେ ନାଚି ନାଚି ମା” ଭଗବତୀଙ୍କ ମନ୍ଦିରରୁ ବିଜେ ହୋଇଥିଲେ। ଠିକ୍ ସେହିପରି ମା” ଭଗବତୀଙ୍କ ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିରଠାରୁ ନାଚି ନାଚି ପୁରୁଣା ବଜାରରେ ବିଜେ ହୋଇଥିଲେ। ମା” ଙ୍କର ସେବକ ଦିଅଁ ବିଜେ କରିଥିବା ବେଳେ କାଠି ନାହକ ସମେତ ଅଙ୍ଗରକ୍ଷୀ ସେବକ ମାନେ ମା” ଙ୍କର ଭେଟ ଯାତ୍ରାରେ ସାମିଲ ହୋଇଥିଲେ। ବିପୁଳ ଜନସମାଗମ ମଧ୍ୟରେ ମା” ଭଗବତୀଙ୍କ ସହ ମା” ବିରଜାଇଙ୍କର ଭେଟ ହୋଇଥିଲା। ମା” ଭଗବତୀଙ୍କ ଭେଟ ଯାତ୍ରା ପରେ ମା” ବିରଜାଇଙ୍କ କାଠି ଠାକୁରାଣୀ ସାତବଖରା ଗୃହକୁ ପତ୍ୟାବର୍ତନ କରିଥିଲେ। ସେହିପରି ମା” ଭଗବତୀଙ୍କ କାଠି ଠାକୁରାଣୀ ସ୍ବରୂପ ବିଜେ ପ୍ରତିଭା ମୁଖ୍ୟ ମନ୍ଦିରକୁ ବିଜେ କରିଥିଲେ।
Sign in
Sign in
Recover your password.
A password will be e-mailed to you.