ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ନ୍ୟାସ୍ନାଲ୍ ସର୍ଭିସ୍ ସ୍କିମ୍ (ଏନ୍ଏସ୍ଏସ୍) ସ୍ୱେଚ୍ଛାସେବୀ ଶ୍ରୀ ପ୍ରତୀକ ଦାଶ ମହାମୟୀ ରାଷ୍ଟ୍ରପତି ଶ୍ରୀମତି ଦ୍ରୋୌପଦୀ ମୁର୍ମୁଙ୍କ ଠାରୁ ଶନିବାର ଜାତୀୟ ଏନ୍ଏସ୍ଏସ୍ ସମ୍ମାନ ପୁରସ୍କାର ଗ୍ରହଣ କରିଛନ୍ତି । ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଶ୍ରୀ ଦାଶ ଏହି ସମ୍ମାନ ଗ୍ରହଣ କରିଛନ୍ତି ।
ପୂର୍ବରୁ ରାଜ୍ୟ ସ୍ତରୀୟ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ପୁରସ୍କାରପ୍ରାପ୍ତ ଶ୍ରୀ ଦାଶଙ୍କୁ କରୋନା ମହାମାରୀ ସମୟରେ କୋଭିଡ ଭ୍ୟାକ୍ସିନ୍ର ସଚେତନତା ନେଇ ଉଚ୍ଚକୋଟୀର କାର୍ଯ୍ୟ କରିବା ନିମନ୍ତେ ଏହି ଜାତୀୟ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା ।
ଏହି ଅବସରରେ ଶ୍ରୀ ଦାଶଙ୍କୁ ଏକ ମେଡାଲ୍ ଓ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଏହି ପୁରସ୍କାର ଗ୍ରହଣ କରିବା ପରେ ସେ ଅତ୍ୟନ୍ତ ଆନନ୍ଦିତ ଅଛନ୍ତି ଏବଂ ଏହା ଭବିଷ୍ୟତରେ ଅଧିକ ସମାଜସେବା କରିବା ପାଇଁ ପ୍ରୋତ୍ସାହନ ଦେବ ବୋଲି ଶ୍ରୀ ଦାଶ କହିଛନ୍ତି ।
ଏହି ଅବସରରେ କେନ୍ଦ୍ର କ୍ରୀଡା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର, କେନ୍ଦ୍ର କ୍ରୀଡା ଏବଂ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିଶିଥ୍ ପ୍ରାମାଣିକ, ଯୁବ ବ୍ୟାପାର ସଚିବ ଶ୍ରୀ ସଞ୍ଜୟ କୁମାର ଏବଂ ବରିଷ୍ଠ ପଦାଧିକାରୀଗଣ ଉପସ୍ଥିତ ଥିଲେ ।
ସୋଆର ପ୍ରୋ-ଚ୍ୟାନ୍ସେଲ୍ର ପ୍ରଫେସର ଅମିତ ବାନାର୍ଜୀ ଏବଂ ପ୍ରତୀକଙ୍କ ପିତା ଶ୍ରୀ ଚିତରଞ୍ଜନ ଦାଶ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ ।
ଏହି ଏନଏସ୍ଏସ୍ ପୁରସ୍କାର ପ୍ରତ୍ୟେକ ବର୍ଷ ଦେଶର କିଛି ମନୋନୀତ ସ୍ୱେଚ୍ଛାସେବୀଙ୍କୁ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ପ୍ରଦାନ କରାଯାଇଥାଏ ।
Sign in
Sign in
Recover your password.
A password will be e-mailed to you.