ସାଂସଦଙ୍କ ଦ୍ୱାରା ଲୋକାର୍ପିତ ହେଲା ଲକ୍ଷ୍ମୀଯୋର ସେତୁ 

0

ବଲାଙ୍ଗିର/ନିରୋଜ ମିଶ୍ର  –  ସାଂସଦ କଳିେକେଶ ନାରାୟଣ ସିଂଦେଓଙ୍କ କରକମଳରେ ଲକ୍ଷ୍ମୀଯୋର ସେତୁ ଏବଂ ବି.କେ.ସି.ସି. ରୋଡ, ରାଜପଥ-୪୨ ଠାରୁ ୩ କିମି. ପର୍ଯନ୍ତ ରାସ୍ତାର ଉନ୍ନତି କରଣ ଓ ପ୍ରସସ୍ଥି କରଣ କାର୍ଯ୍ୟକ୍ରମ ଶୁଭ ଉଦ୍ଘାଟିତ ହୋଇଯାଇଅଛିା  ୧୩ କୋଟି ରୁ ଅଧିକ ଅର୍ଥରେ ନିର୍ମିତ ଏହି ପ୍ରକଳ୍ପ କୁ ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂଦେଓ ୨୦୧୩ ମସିହାରେ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଏହି ରାସ୍ତା ବଲାଙ୍ଗିର ସହରର ଏକ ମୁଖ୍ୟ ରାସ୍ତା ହୋଇଥିବାରୁ ବଲାଙ୍ଗିର ବାସି ବହୁ ଦିନରୁ ଏହାର ପ୍ରଶସ୍ତିକରଣ ଏବଂ ଉନ୍ନତ୍ତିକରଣ ପାଇଁ ଦାବୀ କରି ଆସୁଥିଲେ ଏବଂ ଏହ ଆଜି ବଲାଙ୍ଗିର ସାଂସଦ ବିଧିବଧ ଭାବେ ଏହାର ଶୁଭ ଉଦ୍ ଘାଟନ କରିଛନ୍ତି । ଏହି ପରିପ୍ରେକ୍ଷି ରେ ଯାଦବ ଭବନ ନିକଟରେ ଏକ ସଭାର ମଧ୍ୟ ଆୟୋଜିତ  ହୋଇଯାଇଅଛି । ଏହି ସଭାକୁ ପରିଚାଳନା କରିଥିଲେ ଯୁବ ନେତା ମନିଷ କୁମାର ମିଶ୍ର । ସଭାରେ  ସାଂସଦ କଃଳିକେଶ ନାରାୟଣ ସିଂଦେଓ, ଯୁବ ନେତା ଅର୍କେଶ ନାରାୟଣ ସିଂଦେଓ, ପୌରାଧ୍ୟକ୍ଷା ସନ୍ତୋଷିନି ବେହେରା, ଜିଲ୍ଲା ଯୁବ ବିଜେଡି ସଭାପତି ଲୋଟସ ଷଡଙ୍ଗି  ସାଂସଦଙ୍କ ପ୍ରତିନିଧି ଧୃବ ଯୁଏଡ, ପ୍ରଦ୍ୟୁତ ମିଶ୍ର ମଞ୍ଚାସିନ ଥିବା ବେଳେ ସହରର ସବୁ ୱାର୍ଡରୁ ଆବାଳ ବୃଦ୍ଧ ବନିତା ଉପସ୍ଥିତ ରହି ଏହି ଶୁଭ ଉଦ୍ଘାଟନ ସମାରୋହରେ ଉପସ୍ଥିତ ଥିଲେ । ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅଶ୍ୱିନି ପୁଟେଲ, ଏହି କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷା ଲିପିଶ୍ରୀ ସାଏ, ଉପେନ ଦିପ, ଅଶ ମହେନ୍ଦ୍ର ବାଗ, ଦେବାଶିଷ ଦାସ, ଗୁଞ୍ଜ ଖାନ୍, ସାଗର ସଙ୍ଗମ ସତପଥି, ସନ୍ତୋଷ ଦନ୍ତା, ରାଜୁ ବାଗ, ସଞ୍ଜିବ ମିଶ୍ର, ପ୍ରଦିପ ଗୁରୁ, ଅଶୋକ ମହାନ୍ତି, ଜୟରାମ ମିଶ୍ର, ନରସିଂହ ବାଗ, ନରହରି ରାଉତ, ଜଗନ୍ନାଥ ମିଶ୍ର, ମଧୁ ବନ୍ଛୋର, ଦେବେନ ପାତ୍ର, ପୁର୍ଣ୍ଣଚନ୍ଦ୍ର ତି୍ରପାଠୀ, ଟିକୁ ପରିଛା, ମୁନୁ ପୋଢ, ମମତା ଜେନା, ଟିକିନା ମହାଣା, ମୁନା ଖାନ୍, ସୁଜାତା ଦାଶ,ବାସୁଦେବ ଦାଶ, ଧିରେନ୍ଦ୍ର ବନଛୋର, ସଞ୍ଜିବ ପଢିହାରି, ସତ୍ୟପିର ପାତ୍ର, ଶିବ ସାହୁ, ଶିବ ବେହେରା, ଜୟନ୍ତି ବରିହା, ନିହାର ରଞ୍ଜନ ସ୍ୱାଇଁ, ସଞ୍ଜୟ ସିଂଦେଓ, ନୁତନ ସେଠ, ରାମ ନାଏକ, ଅରୁଣା ମେହେର, ଜିନିଆଁ ମିଶ୍ର, କଲ୍ପନା ସାହୁ, କୁନ୍ତି ସିଂ, ଧରିତ୍ରୀ ବରିହା, ନିକିତା ଦିପ, ବାସନ୍ତି ସିଂ ପ୍ରମୁଖ ପପସ୍ଥିତ ଥିଲେ । 

 

 

 

Leave A Reply

Your email address will not be published.