ନୟାଗଡ଼ରେ ଆର୍ନ୍ତଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ମେଗା ସ୍ୱାସ୍ଥ୍ୟ ମେଳା

0

ନୟାଗଡ଼(ବିଶ୍ଵଜିତ ନାୟକ) – ଜିଲ୍ଲାପାଳଙ୍କ ମିନି କନଫରେନସ୍ ହଲରେ ଆର୍ନ୍ତଜାତୀୟ ବରିଷ୍ଠ ନାଗରିକ ଦିବସ ତା. ୦୧.୧୦.୨୦୨୨ରିଖ ଦିନ ପାଳନ ଉପରେ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ହୋଇଯାଇଛି । ଏହି ବୈଠକରେ ବରିଷ୍ଠ ନାଗରିକମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଉପରେ ବିଶେଷ ଭାବରେ ଆଲୋଚନା କରାଯାଇଥିଲା । ସେମାନଙ୍କ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ନିମନ୍ତେ ଏକ ମେଗା ସ୍ୱାସ୍ଥ୍ୟ ଶିବିର କରିବା ନିମନ୍ତେ ନିଷ୍ପତ୍ତି ହୋଇଥିଲା । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଆଦିପତି କଅଁର ଏବଂ ଡା. ନୌସଦ୍ ଅଲ୍ଲୀ ଖାଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହିତ ଯୋଗାଯୋଗ କରି କାଡ଼ିଓଲୋଜିଷ୍ଟ, ଅର୍ଥୋପେଡିକ୍‌,ମେଡିସିନ୍‌,ଚକ୍ଷୁ, ଚର୍ମ, ବହୁମୂତ୍ର, ରୁମାଟୋଲୋଜିଷ୍ଟ,ଗାୟନୋକଲୋଜିଷ୍ଟ୍‌, ଗଳା ନାସା କର୍ଣ ବିଭାଗର ଡାକ୍ତରମାନଙ୍କୁ ଆମନ୍ତ୍ରଣ କରି ଆଣିବା ପାଇଁ ନିଷ୍ପତ୍ତି ହୋଇଥିଲା । ଗ୍ରାମାଂଚଳରେ ଉପରୋକ୍ତ ରୋଗରେ ଦୀର୍ଘ ଦିନରୁ ପୀଡ଼ିତ ବରିଷ୍ଠ ନାଗରିକମାନଙ୍କୁ ମେଗା ସ୍ୱାସ୍ଥ୍ୟ ଶିବିରକୁ ପଠାଇବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ସମସ୍ତ ରୋଗୀମାନେ ସେମାନଙ୍କର ପୂରୁଣା ପ୍ରେସକ୍ରିପସନ୍ ସହ ଆଧାର କାର୍ଡ ସାଙ୍ଗରେ ଆଣିବା ପାଇଁ ପରାମର୍ଶ ଦିଆଯାଇଛି । ଏହି ବୈଠକରେ ଅତିରକ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ନୟାଗଡ଼ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ବରିଷ୍ଠ ନାଗରିକ ମଂଚର କର୍ମକର୍ତ୍ତା,ସମର୍ପଣର କାର୍ଯ୍ୟକାରୀ ସଭାପତି ଶ୍ରୀ ଅରୁଣ କୁମାର ମହାନ୍ତି, ଅନ୍ୟାନ୍ୟ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.