ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡା ସାର୍ବଜନୀନ ଦୂର୍ଗାପୂଜା ଅବସରରେ ମନୋରଂଜନ କାର୍ଯ୍ୟକ୍ରମ ସକାଶେ ହେବାକୁ ଥିବା ରାମଲିଲାର ମୁଖ୍ୟ ଆର୍କଷଣ ରାବଣ ଚରିତ୍ର ପାଇଁ ଆଜି ରାତ୍ରରେ କଳାକାର ବରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଭଟଲି ବ୍ଳକ ଅର୍ନ୍ତଗତ ନୂଆଗଡସ୍ଥିତ ମାଁ ଲେହେନୀଶ୍ୱରୀ କଳା ଓ ସାଂସ୍କୃତିକ ଅନୁଷ୍ଠାନର କଳାକାରଗଣ ରାମଲିଲା ପରିବେଷଣ ପାଇଁ କମିଟି ସହ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ଅନୁଷ୍ଠାନର ବରିଷ୍ଠ କଳାକାର ବୈରାଗୀ ସାହୁ ରାବଣ ଭୂମିକାରେ ଅଭିନୟ କରିବା ପାଇଁ ପୂଜା କମିଟି ତରଫରୁ ଉପଢୌକନ ଏବଂ ନାରିକେଲ ଦେଇ ବରଣ କରାଯାଇଥିବା ବେଳେ ସାନନ୍ଦ ସାହୁ ଏବଂ ଅଶୋକ ରଣାଙ୍କୁ ରାମ ଓ ଲକ୍ଷ୍ମଣ ଭୁମିକାରେ ଅଭିନୟ ପାଇଁ ବରଣ କରାଯାଇଥିଲା । ଏହି ଉତ୍ସବରେ କମିଟିର ସଭାପତୀ ଦୀପକ କୁମାର ଭୋଇ, ପୂଜା ସଂପାଦକ କିଶୋର ବଗାର, ସରପଂଚ ପ୍ରତ୍ୟୁଷ ଭୋଇ, ସମିତିସଭ୍ୟ ଠାକୁର ପଣ୍ଡା, ସଂଜୀବ ନାୟକ, ପ୍ରଶାନ୍ତ ଦେବତା, ରାଜେନ୍ଦ୍ର ମିଶ୍ର, ସୁନ୍ଦରମଣୀ କର୍ରି, ପ୍ରଦୀପ କଅଁର, ସୁନିଲ ଜୈନ, ସତ୍ୟବାଦୀ ପଧାନ, ମକୁନ୍ଦ ବାରିକ ପ୍ରମୁଖ ପୂଜା କମିଟି କର୍ମକର୍ତା ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.