ଭୁବନେଶ୍ୱର : ରାଜ୍ୟ ସରକାର ବିଭିନ୍ନ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷମାନଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର | ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ବିଧାୟକଙ୍କ ମଧ୍ୟରେ ଏହି ଦାୟିତ୍ୱ ବଣ୍ଟନ କରାଯାଇଛି । ସେମାନଙ୍କ ମଧ୍ୟରେ ରହିଛନ୍ତି ୧୯ ମନ୍ତ୍ରୀ ଏବଂ ୧୧ ବିଧାୟକ । ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଏହି ମର୍ମରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।
ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଅନୁଗୁଳ ଦାୟିତ୍ୱ ଦିଆଯାଇଥିବା ବେଳେ ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ବଲାଙ୍ଗୀର, ବିଧାୟକ ଅନନ୍ତ ଦାସଙ୍କୁ ବାଲେଶ୍ୱର, ବିଧାୟକ ଦେବେଶ ଆଚାର୍ଯ୍ୟଙ୍କୁ ବରଗଡ଼, ବିଧାୟକ ବ୍ୟୋମକେଶ ରାୟଙ୍କୁ ଭଦ୍ରକ, ବିଧାୟକ ମହୀଧର ରଣାଙ୍କୁ ବୌଦ୍ଧ, ବିଧାୟକ ଡ. ପ୍ରମୋଦ କୁମାର ମଲ୍ଲିକଙ୍କୁ କଟକ, ମନ୍ତ୍ରୀ ରାଜେନ୍ଦ୍ର ଢ଼ୋଲକିଆଙ୍କୁ ଦେବଗଡ଼, ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମଙ୍କୁ ଢ଼େଙ୍କାନାଳ, ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଗଜପତି, ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଗଞ୍ଜାମ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ନିଯୁକ୍ତି ଦିଆଯାଇଛି |
ସେହିପରି ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକଙ୍କୁ ଜଗତସିଂହପୁର, ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଯାଜପୁର, ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇଙ୍କୁ ଝାରସୁଗୁଡ଼ା, ମନ୍ତ୍ରୀ ନବ କିଶୋର ଦାସଙ୍କୁ କଳାହାଣ୍ଡି, ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ କନ୍ଧମାଳ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ କେନ୍ଦ୍ରାପଡ଼ା, ବିଧାୟକ ଜଗନ୍ନାଥ ନାଏକଙ୍କୁ କେନ୍ଦୁଝର, ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କୁ ଖୋର୍ଦ୍ଧା, ବିଧାୟକ ରଘୁରାମ ପଡ଼ଲଙ୍କୁ କୋରାପୁଟ, ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ମାଲକାନଗିରି, ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କୁ ମୟୁରଭଞ୍ଜ ଓ ବିଧାୟକ ମନୋହର ରାନ୍ଧାରି ନବରଙ୍ଗପୁର ଦାୟିତ୍ୱ ଦିଆଯାଇଛି |
ସେହିପରି ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କୁ ନୟାଗଡ଼, ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କୁ ନୂଆପଡ଼ା, ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ପୁରୀ, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ରାୟଗଡ଼ା, ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କୁ ସମ୍ବଲପୁର, ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କୁ ସୁବର୍ଣ୍ଣପୁର ଓ ବିଧାୟକ ସାରଦା ପ୍ରସାଦ ନାୟକଙ୍କୁ ସୁନ୍ଦରଗଡ଼ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିବା ବିଜ୍ଞପ୍ତିରେ କୁହାହଇଛି |
Sign in
Sign in
Recover your password.
A password will be e-mailed to you.