ଭଞ୍ଜନଗର : ଭଞ୍ଜନଗର ଆଞ୍ଚଳିକ ପରିବହନ କାଯ୍ୟାଳୟ ପକ୍ଷରୁ ରକ୍ଷକ ଫେଜ -୨ ପ୍ରକଳ୍ପ ଅଧୀନରେ ଫାଷ୍ଟ ଏଇଡ଼ ତାଲିମ ଶିବିର ଜଗନ୍ନାଥ ପ୍ରସାଦ ବ୍ଳକ ଜିରାବାଡ଼ି ପଞ୍ଚାୟତ କାଯ୍ୟାଳୟ ପରିସରରେ ଗୁରୁବାର ଅନୁଷ୍ଠିତ ହୋଇ ଯାଇଛି। ତାଲିମ ଶିବିର କୁ ଜଗନ୍ନାଥ ପ୍ରସାଦ ବ୍ଳକ ଅଧ୍ୟକ୍ଷା ଜୟଶ୍ରୀ ସାହୁ,ବିଡ଼ିଓ ଅନୁପ କୁମାର ପଣ୍ଡା,ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ ଯୋଗ ଦେଇ ଶୁଭାରମ୍ଭ କରିଥିଲେ। କାଯ୍ୟକ୍ରମରେ ମାଣିତରା କଲେଜ ଓଡ଼ିଆ ଅଧ୍ୟାପକ ଦିଲୀପ କୁମାର ଆଚାର୍ଯ୍ୟ,ଜଗନ୍ନାଥ ପ୍ରସାଦ କଲେଜ ଓଡ଼ିଆ ଅଧ୍ୟାପକ ଲୋକନାଥ ମହାନ୍ତି,ବିଡିପୁର କଲେଜ ଅଧ୍ୟାପକ ନାରାୟଣ ବେହେରା ଯୋଗ ଦେଇ ତାଲିମ ପ୍ରଦାନ କରିଥିଲେ। ବିଶେଷ କରି ରାସ୍ତାରେ ସଡକ ଦୁର୍ଘଟଣା ହେବା ସମୟରେ ଆହତଙ୍କୁ ଡାକ୍ତରଖାନା ନେବା ପୂର୍ବରୁ କିଭଳି ତ୍ୱରିତ ଚିକିତ୍ସା ଦେବା ସହ ମେଡ଼ିକାଲ ନେବା ବ୍ୟବସ୍ଥା କରିବା ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା। ଆହତ ଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରିବା ସହ ସିପିଆର,ମୁହଁ ଦ୍ୱାରା ଅମ୍ଳଜାନ ଦେବା,ରକ୍ତସ୍ରାବ ବନ୍ଦ କରିବାର ଉପାୟ ଓ ବ୍ୟବହାରିକ କାଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ସେହିପରି ସରକାର ଙ୍କ ପକ୍ଷରୁ ଦିଆଯାଉଥିବା ସହାୟତା ସମ୍ପର୍କରେ ଉପସ୍ଥିତ ଜନସାଧାରଣ ଙ୍କୁ ଅବଗତ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ବ୍ଳକ ଉପାଧ୍ୟକ୍ଷ ରଞ୍ଜିତ ପାତ୍ର,ସ୍ଥାନୀୟ ସରପଞ୍ଚ, ସମାଜସେବୀ ଶୂଳପାଣି ଶତପଥୀ ଓ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.