ଅନ୍ତର୍ଜାତୀୟ ଶାନ୍ତି ଦିବସ ପାଳିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଅନ୍ତର୍ଜାତୀୟ ଶାନ୍ତି ଦିବସ ପାଳନ ଉପଲକ୍ଷେ ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଭାରତ ସ୍କାଉଟ ଗାଇଡ଼ସ , ଓଡିଶା ଆନୁକୂଲ୍ୟରେ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୋଷ କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ ସ୍କାଉଟ ଓ ଗାଇଡ଼ସ ଛାତ୍ର /ଛାତ୍ରୀ ମାନଙ୍କୁ ନେଇ ଏକ ରାଲି ସ୍ଲୋଗାନ ମାଧ୍ୟମରେ ଶାନ୍ତିର ଦୂତ ସାଜି ସମସ୍ତଙ୍କ ମନରେ ହସ ଫୁଟାଇବା ପାଇଁ ସହର ପରିକ୍ରମା କରିଥିଲେ।
ଏହି ରାଲିକୁ ପୂର୍ବତନ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ତଥା ତବରଡ଼ା ଉନ୍ନତି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସାତ୍ମିକ କୁମାର ପଟ୍ଟନାୟକ ଓ ଏମ୍. ଏମ୍ . ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପୂର୍ଣ୍ଣ ପ୍ରଧାନ ମିଳିତ ଭାବେ ଉଦଘାଟନ କରି ରାଲିର ଶୁଭ ଆରମ୍ଭ କରିଥିଲେ।
ଏହି କାର୍ଯ୍ୟକ୍ରମକୁ ଖେଳ ଶିକ୍ଷକ ତଥା ଭାରପ୍ରାପ୍ତ ଆ. ପି ସୁରେନ୍ଦ୍ର ପାତ୍ର , ସଞ୍ଜୟ ପାତ୍ର , କାଳି ପ୍ରସାଦ ମିଶ୍ର , ଧୀରେନ୍ଦ୍ର ସାମଲ , ଲିଙ୍ଗରାଜ ସାହୁ , ତପସ୍ୱିନୀ ପଣ୍ଡା , ଭବାନୀ ରଥ , ସି. ଏ. ଚ ଭେନ କେତେସୁଲୁ ଓ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave A Reply

Your email address will not be published.