ତିନି ମାତୃପିତୃହୀନ ଶିଶୁଙ୍କ ଇଞ୍ଜିନିୟରିଂ ଶିକ୍ଷାର ଦାୟିତ୍ୱ ନେଲା ଜିଲ୍ଲା ପ୍ରଶାସନ

0

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ବାଳିକା ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଦୁଇଜଣ ମାତୃପିତୃହୀନ ଶିଶୁକନ୍ୟା ଓ ଅଣ ଅନୁଷ୍ଠାନର ଜଣେ ମାତୃପିତୃହୀନ ଶିଶୁକନ୍ୟା ଚଳିତ ବର୍ଷ ଦଶମ ବୋର୍ଡ ପରୀକ୍ଷାରେ ଭଲ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବା ହେତୁ ସେମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଉଦ୍ୟମ କ୍ରମେ ଭୁବନେଶ୍ବର ସ୍ଥିତ ସି.ଭି. ରମଣ ବୈଷୟିକ ବିଶ୍ୱବିଦ୍ୟାଳୟରେ ସେମାନଙ୍କ ନାମଲେଖା ଯାଇଛି। ଯେଉଁଠି କି ମାଗଣାରେ ଶିଶୁମାନେ ଖାଇବା , ରହିବା ଓ ପାଠପଢିବା ସୁବିଧା ପାଇପାରିବେ।
ସି.ଭି. ରମଣ ବୈଷୟିକ ବିଶ୍ୱବିଦ୍ୟାଳୟରେ ସାଧାରଣ ଶିଶୁମାନେ ପାଠପଢିବା ଏକ ସ୍ୱପ୍ନ ହୋଇପାରେ କିନ୍ତୁ ଜିଲ୍ଲା ପ୍ରଶାସନ , ଗଜପତିଙ୍କ ସହାୟତାରେ ଉକ୍ତ ତିନିଜଣ ଶିଶୁ ସି.ଭି.ରମଣ ବୈଷୟିକ ବିଶ୍ୱବିଦ୍ୟାଳୟରେ ପାଠପଢି ତାଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ ସାହାଯ୍ୟ ପାଇ ଆଗଇକୁ ବଢ଼ିପାରିବେ।
ଯାହା ଦ୍ବାରା ସେମାନେ ସ୍ୱାବଲମ୍ବୀ ହେବା ସହ ସମାଜରେ ସସମ୍ମାନେ ବଞ୍ଚିପାରିବେ।
ଏହି ବିଶ୍ୱବିଦ୍ୟାଳୟ ଉପରୋକ୍ତ ଶିଶୁଙ୍କ ପାଇଁ ଏମ୍. ଟେକ୍ ( M.TECH) ପର୍ଯ୍ୟନ୍ତ ମାଗଣାରେ ପଢିବା ପାଇଁ ସୁଯୋଗ ଦେବ ବୋଲି ପ୍ରତିଶ୍ରୁତି ଦେଇଛି।
ସମସ୍ତ କାର୍ଯ୍ୟକ୍ରମକୁ କଟକର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସଂଯୋଗ ସହଯୋଗ କରିଛି।

Leave A Reply

Your email address will not be published.