ମହିଳା ସ୍ନାତକ ମହିଳା ମହାବିଦ୍ୟାଳୟର ପ୍ରତିଷ୍ଠାତା ସ୍ବର୍ଗତଃ ତ୍ରିନାଥ ସାହୁଙ୍କ ପୂଣ୍ୟତିଥି ଅବସରରେ ସ୍ମୃତିଚାରଣ ସଭା

0

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ପାରଳାର ପ୍ରାକ୍ତନ ବିଧାୟକ ଓ ଜନନାୟକ ସ୍ବର୍ଗତଃ ତ୍ରିନାଥ ସାହୁଙ୍କ ୧୨ତମ ପୂଣ୍ୟତିଥି ଅବସରରେଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ରୀନା ସାହୁ ସ୍ୱର୍ଗତ ସାହୁଙ୍କ ଫୋଟରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହ ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ।
ଅଧ୍ୟାପିକା ଡଃ ଭାରତୀ ପାଣିଗ୍ରାହୀ ମଧ୍ୟ ପ୍ରାଞ୍ଚଳ ଭାବରେ ଶ୍ରୀଯୁକ୍ତ ସାହୁଙ୍କ ଜୀବନୀ ଓ ସେ କିଭଳି ଏକାଧାରରେ ଜଣେ ସମାଜ ସେବୀ ଓ କଳା – ସାହିତ୍ୟ ତଥା ଶିକ୍ଷାର ପୃଷ୍ଠପୋଷାକ ଥିଲେ ବର୍ଣ୍ଣନା କରିବା ସହ ତାଙ୍କରି ଉଦ୍ୟମରୁ ହିଁ ଉପାନ୍ତ ପାରଳାଖେମୁଣ୍ଡି ତଥା ଗଜପତି ଜିଲ୍ଲାରେ ମହିଳା ମହାବିଦ୍ୟାଳୟ ସ୍ଥାପିତ ହୋଇପାରିଛି ବୋଲି ମତ ଦେଇଥିଲେ।
ସେହିଭଳି ଅଧ୍ୟାପିକା ଡ଼ଃ କଲ୍ୟାଣି ମିଶ୍ର ଏବଂ ଅଧ୍ୟାପିକା ବରଦା ଆଚର୍ଯ୍ୟ ସ୍ୱର୍ଗତ ତ୍ରିନାଥ ସାହୁ ମଣିଷ ଭିତରେ ମଣିଷଟିଏ ହୋଇ ଏକ ସାଧାରଣ ବ୍ୟକ୍ତି କୁ ମଧ୍ୟ ଗୁରୁତ୍ଵ ଦେଇ ଆସୁଥିଲେ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପିକା ଓ ଅଧ୍ୟାପକ ଏବଂ ସମସ୍ତ କର୍ମଚାରୀ ମାନେ ଯୋଗ ଦେଇଥିଲେ।

Leave A Reply

Your email address will not be published.