ନବରଙ୍ଗପୁରରୁ ଜିଲ୍ଲା ପ୍ରତିନିଧି ଅଶୋକ ସାହୁ: ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଦ୍ଵାରା ୧୭.୦୯.୨୦୨୨ ରିଖ ଦିନ ଘାଟଗୁଡା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଣିତ ଥିବା ବିଭିନ୍ନ ଜନହିତକାରୀ ସରକାରୀ ଯୋଜନା, ସ୍ଥାଇ ଲୋକ ଅଦାଲତ ଓ ସାର୍ବଜନୀକ ଉପୋଯୋଗୀତା ସେବା ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ ଶ୍ରୀଯୁକ୍ତ. ସଂଜୀବ ଦୁବେଙ୍କ ନିର୍ଦେଶ କ୍ରମେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ଜନକ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଓ ସ୍ଥାଇ ଲୋକ ଅଦାଲତ ଓ ସାର୍ବଜନୀକ ଉପୋଯୋଗୀତା ସେବା ଉପରେ ଲୋକମାନଙ୍କୁ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଅନ୍ୟତମ ଅତିଥିଭାବେ ଶ୍ରୀଯୁକ୍ତ ଯୋଗେଶ୍ଵର ଭୋଇ, ତହସିଲଦାର, ପାପଡାହାଣ୍ଡି, ଶ୍ରୀଯୁକ୍ତ ଆଦିତ୍ୟ ସେନ, ଉପଖଣ୍ଡ ଆରକ୍ଷୀ ଅଧିକାରୀ, ପାପଡାହାଣ୍ଡି, ଆଇନଜୀବି ଶ୍ରୀଯୁକ୍ତ ରାଜକିଶୋର ନାଗ ଓ ଶ୍ରୀମତୀ ମୀନାକ୍ଷୀ ପାଢୀ, ସାମାଜିକ କର୍ମୀ ଶ୍ରୀମତୀ ମନୋରମା ମାଝି, ଶ୍ରୀଯୁକ୍ତ ରବୀନ୍ଦ୍ର ପ୍ରଧାନ, ଚାଇଲ୍ଡ ଲାଇନ ସଦସ୍ୟ, ଶ୍ରୀମତୀ ପୁର୍ଣିମା ଭତରା, ସରପଞ୍ଚ, ଘାଟଗୁଡା ଗ୍ରାମ ପଞ୍ଚାୟତ, ଶ୍ରୀଯୁକ୍ତ ସୁଶାନ୍ତ କୁମାର ବେହେରା, ଉପସଭାପତି, ପାପଡାହାଣ୍ଡି ଓ ଶ୍ରୀଯୁକ୍ତ ରାଜ କିଶୋର ରାଓ, ପାରା ଲିଗାଲ ସଦସ୍ୟ ପ୍ରମୁଖ ଯୋଗ ଦେଇଥିଲେ । ସମସ୍ତ ଅଧିକାରୀ ମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଣିତ ବିଭିନ୍ନ ଜନହିତକାରୀ ଯୋଜନା କୁ ନେଇ ଆଲୋକପାତ କରିଥିଲେ । ପରିଶେଷରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର , ପାରା ଲିଗାଲ ସଦସ୍ୟ ଶ୍ରୀଯୁକ୍ତ ରାଜ କିଶୋର ନାଗ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଦ୍ଵାରା ପରିଚାଳନା କରାଯାଇଥିଲା |
Sign in
Sign in
Recover your password.
A password will be e-mailed to you.