ଆବର୍ଜନାମୁକ୍ତ ସହର ନିମନ୍ତେ ଲକ୍ଷାଧିକ ଜନସମାଗମ

0

• ଆବର୍ଜନାମୁକ୍ତ ସହର ଲକ୍ଷ୍ୟରେ ଭାରତୀୟ ସ୍ୱଚ୍ଛତା ଲିଗ୍ ଆୟୋଜିତ
• ଭାରତୀୟ ସ୍ୱଚ୍ଛତା ଲିଗକୁ ବହୁମାତ୍ରାରେ ସମର୍ଥନ

ସହରକୁ ଆବର୍ଜନା ମୁକ୍ତ କରିବା ପାଇଁ ଏରା ଯୋଦ୍ଧାସ୍, ବନାରସୀ ୱାରିୟର୍ସ, ବାରବାଟୀ ବ୍ୟାକନ୍ସ, ଗାନ୍ଧିନଗରର ଗ୍ରୀନ୍ ଗାର୍ଡିଆନ୍ସ, ନାଭି ମୁମ୍ବାଇ ଇସିଓ ନାଇଟସ୍, ଚଣ୍ଡିଗଡ଼ରୁ ଚଣ୍ଡିଗଡ଼ ଚ୍ୟାଲେଞ୍ଜରସ୍, ଇନ୍କ୍ରେଡିବଲ୍ ସ୍ୱଚ୍ଛ ଇନ୍ଦୋରୀସ ଭଳି ଦଳ ଗଠନ କରାଯାଇ ଯୁବକମାନେ ଭାରତୀୟ ସ୍ୱଚ୍ଛତା ଲିଗରେ ଅଂଶଗ୍ରହଣ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ତତ୍ତ୍ୱାବଧାନରେ ସେପ୍ଟେମ୍ବର ୨ରେ ଭାରତୀୟ ସ୍ୱଚ୍ଛତା ଲିଗ୍ ଆରମ୍ଭର ଘୋଷଣା କରାଯାଇଥିଲା । ୧୮୦୦ ରୁ ଅଧିକ ସହର ଏହି ଭାରତୀୟ ସ୍ୱଚ୍ଛତା ଲିଗ୍ ପାଇଁ ପଞ୍ଜୀକୃତ ଥିବାବେଳେ ସେଥିମଧ୍ୟରୁ ୪୭ଟି ସହରରେ ଲକ୍ଷାଧିକ ଲୋକ ପଞ୍ଜୀକରଣ କରିିଛନ୍ତି । ଅର୍ବାନ୍ ଲୋକାଲ୍ ବଡିସ୍ ର ଶତକଡା ଅନୁଯାୟୀ ଲିଗରେ ସର୍ବାଧିକ ଅଂଶଗ୍ରହଣ କରୁଥିବା ଶ୍ରେଷ୍ଠ ୩ ରାଜ୍ୟ ହେଲେ ଓଡ଼ିଶା-୧୦୦%, ଆସାମ-୯୯% ଏବଂ ଛତିଶଗଡ଼-୯୭% ।
ଯୁବକମାନଙ୍କ ନେତୃତ୍ୱରେ ଚାଲିଥିବା ସ୍ୱଚ୍ଛ ବେଳାଭୂମି, ପାହାଡ ଏବଂ ପର୍ଯ୍ୟଟନ ସ୍ଥାନର ଏହି ଅନନ୍ୟ ପ୍ରତିଯୋଗିତାରେ କ୍ରିକେଟର୍ ଭେଙ୍କଟେସ୍ ଆୟର୍ ଇନ୍କ୍ରେଡିବଲ୍ ଇନ୍ଦୋରୀସ ପାଇଁ ବ୍ୟାଟିଙ୍ଗ୍ କରୁଥିବା ବେଳେ, ପ୍ରସିଦ୍ଧ ସଂଗୀତକାର ତଥା ପଦ୍ମ ଭୂଷୀତ ଶଙ୍କର ମହାଦେବନ୍ ନାଭି ମୁମ୍ବାଇ ଇସିଓ ନାଇଟସଙ୍କ ପାଇଁ ଖେଳୁଛନ୍ତି, ଏମ୍ପି ତଥା ଅଭିନେତ୍ରୀ କିରନ୍ ଖେର୍, ଗୀତିକାର ବି ପ୍ରାକ୍, ଅଲମ୍ପିକ୍ ଗୋଲ୍ଡ ମେଡାଲିସ୍ଟ ଅଭିନବ୍ ବିନ୍ଦ୍ରା ଆଦି ଚଣ୍ଡିଗଡ଼ ଚାଲେଞ୍ଜରସକୁ ସମର୍ଥନ ଦେବାକୁ ଯାଇ ରାଲିରେ ଯୋଗ ଦେଇଛନ୍ତି । ସ୍ଥାନୀୟ ରାଜନୈତିକ ପ୍ରତିନିଧୀ, ଭିଆଇପି, ମନ୍ତ୍ରୀ, ସାଂସଦ, ବିଧାୟକ, ମେୟର୍, କାଉନ୍ସିଲର୍ ଏବଂ ବ୍ରାଣ୍ଡ ଆମ୍ବାସେଡର୍ମାନେ ମଧ୍ୟ ଏହି ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଚଣ୍ଡିଗଡ଼ କାଉନ୍ସିଲର୍ ମହେଶିନ୍ଦର ସିଂ ସିନ୍ଧୁ, ତିରୁପତି ମେୟର୍ ବି ଆର୍ ସିରିଶା, ତିରୁପତି କମିସନର ଅନୁପମା ଅଞ୍ଜଳି, ତିରୁପତି ଏମ୍ଏଲ୍ଏ ଭୁମନ କରୁଣାକର ରେଡ୍ଡି, ଇନ୍ଦୋର ମେୟର୍ ଆଇଏମ୍ସି ପୁସ୍ୟମିତ୍ର ଭାର୍ଗଭ୍ ଏହି ଲିଗତର ଯୋଗ ଦେଇଛନ୍ତି । ସ୍ମାରକୀ, ପର୍ଯ୍ୟଟନସ୍ଥଳୀ ଏବଂ ସମୁଦ୍ର କୂଳ ନିକଟରେ ଥିବା ସ୍ଥାନଗୁଡିକୁ ପରିଷ୍କାର କରିବା ନିମନ୍ତେ ପ୍ରତିଯୋଗିତା କରାଯିବ, ସ୍ଥାନ ଗୁଡ଼ିକ ହେଲା ଯଥା:- ବିଷ୍ଣୁପାଦ, ସୀତାକୁଣ୍ଡ, ଗୋଆର ଅକ୍ଷୟବାଟୀ, ଆଗ୍ରାର ତାଜଗଞ୍ଜ, ଅଯୋଦ୍ଧ୍ୟାର ନୟାଘାଟ, ଫତେପୁର ସିକ୍ରିର ବୁଲନ୍ଦ ଦରୱାଜା, ଲକ୍ଷେ୍ନା ର ଲାଲ ବାଗ , ବାରଣାସି ର ଅସି ଘାଟ, ସାବରମତୀ କୂଳରେ ଥିବା ଅଟଳ ବ୍ରିଜ୍, ଗାନ୍ଧି ଆଶ୍ରମ, ଗାନ୍ଧିନଗରରେ ଥିବା ସରଦାର ପଟେଲ ମୂର୍ତୀ, ଗୁଜୁରାଟର ଗୋମଟି ନଦୀ, କଫ ପରେଡ, ୱର୍ଲି ଫୋର୍ଟ, ଗ୍ରେଟର୍ ମୁମ୍ବାଇ ସ୍ଥିତ ଜୁହୁ ପଟ୍ଟି, ଇନେ୍ଦାର ସ୍ଥିତ ମେଘଦୂତ ଗାର୍ଡେନ୍, ଲୋନାଭଲାର ଖଣ୍ଡଳା ଦ୍ୱୀପ ।
୧୭ ସେପ୍ଟେମ୍ବର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ https://innovateindia.mygov.in/swachhyouthrally/ ରେ ପଞ୍ଜୀକରଣ କରାଯାଇପାରିବ ।

Leave A Reply

Your email address will not be published.