ଭୁବନେଶ୍ୱର: ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରାଙ୍କୁ ଆଜି ଆଦର୍ଶ ଯୁବ ବିଧାୟକ ସମ୍ମାନରେ ସମ୍ମାନିତ ହୋଇଛନ୍ତିା ଏମ୍ଆଇଟି ଓ୍ୱାର୍ଲ୍ଡ ପିସ୍ ୟୁନିଭରସିଟି, ପୁନେଠାରେ ଅନୁଷ୍ଠିତ ଦ୍ୱାଦଶତମ ଭାରତୀୟ ଛାତ୍ର ସଂସଦ ଅଧିବେଶନରେ ମନ୍ତ୍ରୀ ଶ୍ରୀ ବେହେରାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛିା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ୱ ଏବଂ ସ୍ୱଚ୍ଛ ଶାସନରେ ଭାଗୀଦାର ହୋଇ ଏହି ସମ୍ମାନ ପାଇଥିବାରୁ ମନ୍ତ୍ରୀ ଶ୍ରୀ ବେହେରା ନିଜର ଖୁସି ବ୍ୟକ୍ତ କରିବା ସହ ଏହି ସମ୍ମାନକୁ ସମଗ୍ର ଓଡ଼ିଶାବାସୀଙ୍କୁ ଉତ୍ସର୍ଗ କରିଛନ୍ତିା
ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ ରାଜ୍ୟବାସୀଙ୍କଠାରୁ ମିଳିଥିବା ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ତାଙ୍କୁ ଅଧିକ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇବା ସହ ଏହି ସମ୍ମାନ ଆଣିଦେଇଛିା ଏହା ତାଙ୍କୁ ଭବିଷ୍ୟତରେ ଲୋକଙ୍କ ପାଇଁ ଅଧିକ କାର୍ଯ୍ୟକରିବାକୁ ଉତ୍ସାହିତ କରିବ ବୋଲି ସେ ଏହି ଅବସରରେ ପ୍ରକାଶ କରିଛନ୍ତିା
Sign in
Sign in
Recover your password.
A password will be e-mailed to you.
Prev Post