ଉମରକୋଟ/ଜିତେନ୍ଦ୍ର ମହାନ୍ତି- ବିବାଦୀୟ ଶବ ସଂସ୍କାରକୁ ନେଇ ଉମରକୋଟରେ ରାସ୍ତାରୋକ ଏବଂ ରାସ୍ତାରୋକକୁ ହଟାଇବା ପାଇଁ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୋଧରେ ଆଜି ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ସହରର ଡିଏନକେ ସ୍ଥିତ ତ୍ରିନାଥ ମନ୍ଦିର ପ୍ରାଙ୍ଗଣରେ ଏକ ସାମ୍ବାଦିକ ସମ୍ମିଳନୀ ଡକା ଯାଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ନବରଙ୍ଗପୁର ଜିଲ୍ଲାର ବିଶ୍ଵ ହିନ୍ଦୁ ପରିଷଦ ଉପ ସଭାପତି ଆନନ୍ଦ କୁମାର ରାଓ, ଓଡ଼ିଶା ପ୍ରଦେଶ ପ୍ରଶାସନିକ ପ୍ରମୁଖ ସର୍ବେଶ୍ଵର ତ୍ରିପାଠୀ, ନବରଙ୍ଗପୁର ଜିଲ୍ଲା ବଜରଙ୍ଗ ଦଳର ପ୍ରମୁଖ ମହେଶ କୁମାର ନାୟକ ପ୍ରମୁଖ ଯୋଗ ଦେଇ ପ୍ରଶାସନର କାହାକୁ କିଛି ନପଚାରି ଶବ ପୋତା ଘଟଣାକୁ ତିବ୍ର ନିନ୍ଦା କରିବା ସହ ସବୁ ପ୍ରଶାସନର ଦୋଷ ବୋଲି କହିଥିଲେ। ପ୍ରଶାସନ ଯଦି ସଠିକ ଯାଗାରେ ଶବ ପୋତି ଥାନ୍ତେ, ତାହେଲେ ଏଭଳି କୈାଣସି ସମସ୍ୟା ଉପୁଜିନଥାନ୍ତା ବୋଲି ମତ ଦେଇଥିଲେ । ଏଥି ସହ ତୁରନ୍ତ ଉକ୍ତ ଶବକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ସହ ଯେଉଁ ପ୍ରସାଶନିକ ଅଧିକାରୀଙ୍କ ଭୁଲ ଯୋଗୁଁ ସହରରେ ଏଭଳି ଅଶାନ୍ତି ପରିବେଶ ସୃଷ୍ଟି ହେଲା ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ହିନ୍ଦୁ ସଂଗଠନ। ସେହିଭଳି ଯେଉଁ ଦିନ ପୋଲିସ ଆନ୍ଦୋଳନକାରୀଙ୍କୁ ରାସ୍ତାରୋକ ସ୍ଥାନରୁ ହଟାଇବା ପାଇଁ ୧୪୪ ଧାରା ଜାରି ବିଷୟରେ ଘୋଷଣା ପୂର୍ବରୁ ଲାଠି ଚାର୍ଜ କଲା ଏହାକୁ ବିରୋଧ କରିଥିଲେ ହିନ୍ଦୁ ସଂଗଠନର କର୍ମକର୍ତ୍ତା। ଏହି ସାମ୍ବାଦିକ ସମ୍ମିଳନୀରେ ଏକଟାଗୁଡା ଗ୍ରାମବାସୀ, ଡିଏନକେ ସାହି ବାସିନ୍ଦାଙ୍କ ସହ ଭରତ ଜେନା, ଦୁଖାଲୁ ଜାଲ, ଅକ୍ଷୟ ସାହୁ, ରାମ ଗଣ୍ଡ, ଦୁଖାଲୁ ମେହେର, ଶିଶିର ମଣ୍ଡଳ, ମିଲୁ ପଣ୍ଡା, ଅଶୋକ ପାତ୍ରଜୟଦେବ, ବେପାରୀ, ଦୁର୍ଯ୍ୟୋଧନ ଗୈାଡ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post