କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଛାତ୍ରୀନିବାସ ନେଇ ସୁରକ୍ଷା ନିୟମାବଳୀ ପ୍ରସ୍ତୁତ

0

ଭୁବନେଶ୍ୱର :କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଛାତ୍ରୀନିବାସରେ ରହୁଥିବା ବାଳିକାମାନଙ୍କର ସୁରକ୍ଷା ଓ ନିରାପତ୍ତା ନିମନ୍ତେ ଏକ ପରାମର୍ଶ ବୈଠକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ୱସ୍ଥୀ ଏସ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛିା ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା ବୈଠକରେ ସମୀକ୍ଷାପୂର୍ବକ ମତାମତ ପ୍ରଦାନ କରିଥିଲୋ ଏଥିରେ ୟୁନିସେଫ୍, ଏନ୍ଏଡବ୍ଲ୍ୟୁ, ମହିଳା ଓ ଶିଶୁ ବିକାଶ ବିଭାଗର ପଦାଧିକାରୀ, ରେଭେନ୍ସା କଲିଜିଏଟ୍ ସ୍କୁଲର ଅଧ୍ୟକ୍ଷା, କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଦୁଇଜଣ ପ୍ରଧାନ ଶିକ୍ଷୟିତ୍ରୀ, ଓସେପାର ବାଳିକା ଶିକ୍ଷା ବିଭାଗର ଯୁଗ୍ମ ନିର୍ଦ୍ଦେଶିକା, ରାଜ୍ୟ ବାଳିକା ଶିକ୍ଷା ସଂଯୋଜିକା ପ୍ରମୁଖ ଯୋଗଦାନ କରି ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲୋ ଉପରୋକ୍ତ ବିଭାଗୀୟ କର୍ମକର୍ତ୍ତାମାନଙ୍କ ମତାମତକୁ ନେଇ ଏକ ନିୟମାବଳୀ (ଗାଇଡ୍ଲାଇନ୍) ପ୍ରସ୍ତୁତ କରାଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂତ୍ରରୁ ପ୍ରକାଶା

Leave A Reply

Your email address will not be published.