କୃଷି ଓ କୃଷକ ସଶକ୍ତିକରଣ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ଜିଲ୍ଲା ନୋଡାଲ ଅଧିକାରୀ ଦାୟିତ୍ୱ

0
  •  ୩୦ ବରିଷ୍ଠ ଅଧିକାରୀ ୩୦ଟି ଜିଲ୍ଲାର ନୋଡାଲ ଅଧିକାରୀ ନିୟୋଜିତ

  •  ପ୍ରତି ମାସରେ ଜିଲ୍ଲା ଗସ୍ତ କରି ସମୀକ୍ଷା ରିପୋର୍ଟ ଦେବେ

ଭୁବନେଶ୍ୱର: କୃଷି ଓ କୃଷକଙ୍କ ସର୍ବାଙ୍ଗୀନ ବିକାଶ ନିମନ୍ତେ ରାଜ୍ୟ ସରକାର ପ୍ରଣୟନ କରିଥିବା ବିଭିନ୍ନ ଯୋଜନାର ସଫଳ ରୂପାୟନ କରି ଚାଷୀମାନଙ୍କ ନିକଟରେ ଏହାର ସୁଫଳ ପହଞ୍ଚାଇବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଛିା ଏହି ପରିପ୍ରେକ୍ଷୀରେ ଚାଷର ସ୍ଥିତି ଓ ଯୋଜନାଗୁଡ଼ିକର ତ୍ୱରିତ କାର୍ଯ୍ୟାନ୍ୱୟନ ଏବଂ ତଦାରଖ ନିମନ୍ତେ ବିଭାଗ ପକ୍ଷରୁ ୩୦ ଜଣ ବରିଷ୍ଠ ଅଧିକାରୀଙ୍କୁ ୩୦ଟି ଜିଲ୍ଲାର ନୋଡାଲ ଅଧିକାରୀ ଭାବରେ ନିୟୋଜିତ କରାଯାଇଛିା ନୋଡାଲ ଅଧିକାରୀମାନେ ପ୍ରତିମାସରେ ଜିଲ୍ଲା ଗସ୍ତ କରି ଜିଲ୍ଲାରେ ଚାଷର ସ୍ଥିତି, କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଅଗ୍ରଗତି, ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ସମୀକ୍ଷା କରି କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଏବଂ ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କୁ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛିା
କୃଷି ଓ ଖାଦ୍ୟ ଉତ୍ପାଦନ, ଉଦ୍ୟାନ କୃଷି ଏବଂ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକମାନଙ୍କ ସମେତ ବିଭାଗୀୟ ଅତିରିକ୍ତ ଶାସନ ସଚିବ, ଯୁଗ୍ମ ଶାସନ ସଚିବ, ଯୁଗ୍ମ ନିର୍ଦ୍ଦେଶକ ଆଦି ବରିଷ୍ଠ ଅଧିକାରୀମାନଙ୍କୁ ଜିଲ୍ଲାର ନୋଡାଲ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛିା
ନୋଡାଲ ଅଧିକାରୀମାନେ ଜିଲ୍ଲାଗସ୍ତ ସମୟରେ ଚାଷୀମାନଙ୍କୁ ବିହନ, ସାର, କୀଟନାଶକ ଓ ବିଭିନ୍ନ କୃଷି ସାମଗ୍ରୀ ଯୋଗାଣର ସ୍ଥିତି, ଫସଲ ଋଣ ଯୋଗାଣ, ବଳରାମ ଯୋଜନାରେ ଯୁଗ୍ମଦେୟ ଗୋଷ୍ଠୀଙ୍କୁ ଋଣ ପ୍ରଦାନ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ଓଡ଼ିଶା ମିଲେଟ୍ ମିଶନ, କ୍ଷେତପୋଖରୀ ଖନନ, ଫସଲ ଚାଷରେ ବିବିଧିକରଣ, ସୌର ଜଳନିଧି ପ୍ରକଳ୍ପ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ଯୋଗାଣ ଆଦିର ଧାର୍ଯ୍ୟ ଲକ୍ଷ୍ୟ ଏବଂ ଏହାର ପୂରଣର ସମୀକ୍ଷା କରିବୋ ବିଭିନ୍ନ ପ୍ରକାରର ଫଳ ଓ ପନିପରିବା ଚାଷ ସମେତ ଆଳୁ, ମସଲାଚାଷ, ବ୍ଲକ ସ୍ତରୀୟ ନର୍ସରୀ, ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା, ଏମ୍ଜିଏନ୍ଆର୍ଇଜିଏରେ ବୃକ୍ଷରୋପଣ ଆଦି ସଂପର୍କରେ ସବିଶେଷ ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ ସହିତ ଯୋଜନାଗୁଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ ଆବଶ୍ୟକ ପ୍ରସ୍ତାବ ଦେବୋ
ନୋଡାଲ ଅଧିକାରୀମାନେ ସେମାନଙ୍କ ଗସ୍ତ ସମୟରେ ବିହନ, ମୃତ୍ତିକା, ସାର ଓ କୀଟନାଶକ ପରୀକ୍ଷାଗାର, ଡିଲର ପଏଣ୍ଟ, କୃଷି ଏବଂ ଉଦ୍ୟାନ କୃଷି ଫାର୍ମ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ପ୍ରତିଷ୍ଠିତ ପ୍ରକଳ୍ପ, ଆଗ୍ରୋ ସର୍ଭିସ ସେଣ୍ଟର, ଯୁଗ୍ମଦେୟ ଗୋଷ୍ଠୀଗୁଡ଼ିକ ନିୟମିତ ପରିଦର୍ଶନ କରି ହିତାଧିକାରୀ ଏବଂ ଉଦ୍ୟୋଗୀମାନଙ୍କ ସହିତ ଆଲୋଚନା କରିବା ପାଇଁ କୁହାଯାଇଛିା ଏତଦ୍ବ୍ୟତୀତ ସମନ୍ୱିତ କୃଷି ଫାର୍ମ, ଏମ୍ଜିଏନ୍ଆର୍ଇଜିଏରେ ଫାର୍ମ ପଣ୍ଡ ଖନନ, କୂପ ଖନନ, ଭର୍ମି କମ୍ପୋଷ୍ଟୟୁନିଟ୍, ଅଣଧାନ ଫସଲ, ଡାଲି, ତୈଳବୀଜ, ମାଣ୍ଡିଆ, କପା, ଝୋଟ ଆଦିି ସଂଗ୍ରହ କେନ୍ଦ୍ର ପରିଦର୍ଶନ କରିବୋ ଏଥି ସହିତ କୃଷିରେ ଅଧିକ ସଂଖ୍ୟକ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସାମିଲ କରିବା ଓ “ଆମ କୃଷି’ର ହିତାଧିକାରୀଙ୍କୁ ଭେଟି ଆଲୋଚନା କରିବା ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯାଇଛିା

Leave A Reply

Your email address will not be published.