ଜଗତସିଂହପୁର/ସୁମନ୍ତ କୁମାର ଦାସ: ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନଙ୍କୁ ବ୍ୟାଙ୍କ ଜରିଆରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ସମନ୍ୱୟ ଋଣ ମେଳା ଅନୁଷ୍ଠିତ ହୋଇଯାଇଛି l କୃଷ୍ନାନନ୍ଦପୁର ଠାରେ ଥିବା ଇଣ୍ଡିଆନ ବ୍ୟାଙ୍କ ଓ ଶଙ୍ଖେଶ୍ୱର ଠାରେ ଥିବା ଇଣ୍ଡିଆନ ବ୍ୟାଙ୍କ ଶାଖା ପକ୍ଷରୁ ଋଣ ମେଳା ଅନୁଷ୍ଠିତ କରାଯାଇଥିଲା. କୃଷ୍ଣାନନ୍ଦପୁର କେନାଲ ନିକଟରେ ଥିବା ଚରମିନାର ମାର୍କେଟ କମ୍ପ୍ଲେକ୍ସ ପରିସରରେ ଇଣ୍ଡିଆନ ବ୍ୟାଙ୍କ ଶାଖା ପରିଚାଳକ ମନୀଷ ରଞ୍ଜନ ମୁର୍ମୁଙ୍କ ଅଧକ୍ଷତାରେ ଅନୁଷ୍ଠିତ ଋଣ ମେଳାରେ ଯ଼ୋନାଲ ଏଫ ଆଇ ଲମ୍ବୋଧର ପଣ୍ଡା, ଲୋନ ଅଫିସର ଜଗନ୍ନାଥ ମାନ ସିଂହ, ପ୍ରମୁଖ ଉପସ୍ଥିତ ରହି ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ମାନଙ୍କୁ ଋଣ ଓ ପ୍ରଧାନମନ୍ତ୍ରୀ ବୀମା ସମ୍ପର୍କ ରେ ସମସ୍ତ ବିବରଣୀ ଆଲୋଚନା କରିଥିଲେ. ଏଥିରେ ୧ କୋଟି ୯୮ ଲକ୍ଷ୍ୟ ମଞ୍ଜୁରୀ ହୋଇଥିବାବେଳେ ୩୩ ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୬୬ ଲକ୍ଷ ର ମଞ୍ଜୁରୀ ପତ୍ର ପ୍ରଦାନ କରିଥିଲେ l ଏହି ମେଳାରେ କୃଷ୍ଣାନନ୍ଦପୁର ଇଣ୍ଡିଆନ ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ର ର ଅବୁ ସୋଫିଆନ, ବିଷନ ଗ୍ରାହକ ସେବା କେନ୍ଦ୍ର ର ମହମ୍ମଦ ଅଖ୍ଲଦ, କନିମୁଳ ଗ୍ରାହକ ସେବା କେନ୍ଦ୍ର ବିଶ୍ଵନାଥ ପଲାଇ, ସମାଜସେବୀ ମହମ୍ମଦ ଇସ୍ମାଇଲ ପ୍ରମୁଖ ସହଯୋଗ କରିଥିଲେ. ଏମ ବି କେ ବିଜୟ ଲକ୍ଷ୍ମୀ ନାୟକ, ବିଷନପୁର ପ୍ରମିଳା ପଣ୍ଡା, କୃଷ୍ଣାନନ୍ଦପୁର ଜାନକୀଲତା ସାହୁ, ଶେଖ ସମିରୁଲ୍ଲା, ଶେଖ ଇସାକ ପ୍ରମୁଖ ଉପସ୍ଥିତ ରହିଥିଲେ l ସେହିପରି ଶଙ୍ଖେଶ୍ୱର ଇଣ୍ଡିଆନ ବ୍ୟାଙ୍କ ଶାଖା ପକ୍ଷରୁ ଶଙ୍ଖେଶ୍ୱର ଠାରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ରେ ବ୍ୟାଙ୍କ ଶାଖା ପରିଚାଳକ ପ୍ରଭାସ ପଟ୍ଟନାୟକ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଋଣ ମେଳାରେ ଯ଼ୋନାଲ ଅଫିସର ଲମ୍ବୋଦର ପଣ୍ଡା, ଓଡିଶା ଜୀବିକା ମିଶନ ତିର୍ତ୍ତୋଲ ବ୍ଲକ ର ଲିପିକା ଷଢଙ୍ଗୀ ଯୋଗଦେଇ ଉପସ୍ଥିତ ୬୭ ଟି ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ମାନଙ୍କୁ ଋଣ ଓ ପ୍ରଧାନମନ୍ତ୍ରୀ ଜୀବନ ବୀମା, ଅଟଳ ପେନଶନ ଯୋଜନା ସମ୍ପକରେ ସବିଶେଷ ବିବରଣୀ ଆଲୋଚନା କରିଥିଲେ l ସରକାର ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ବ୍ୟାଙ୍କ ଜରିଆରେ ଋଣ ପ୍ରଦାନ କରୁଛନ୍ତି ସେଥିରେ ମହିଳା ମାନେ ଋଣ ନେଇ ସ୍ୱାବଲମ୍ବୀ ହେବା ସହିତ ପରିବାରକୁ ଖୁସିରେ ଗଢି ତୋଳିବେ l ଏଥିରେ ବ୍ୟାଙ୍କ ର ସୁଧାଂଶୁ ଦାସ, ବ୍ୟାଙ୍କ ମିତ୍ର ସୁପ୍ରିୟା ପଟ୍ଟନାୟକ, ପିତାମ୍ବର ପାତ୍ର, ପ୍ରତାପ ଚନ୍ଦ୍ର କାଣ୍ଡି, ବ୍ୟାଙ୍କ ଗ୍ରାହକ ସେବକେନ୍ଦ୍ର ର ସୌମ୍ୟ ରଞ୍ଜନ ମହାପାତ୍ର, କନିମୁଳ ପଂଚାୟତ ଦିଗବାରୁଣୀ ଠାରେ ଥିବା ଗ୍ରାହକ ସେବା କେନ୍ଦ୍ର ର ଆଶୀର୍ବାଦ ନାୟକ, ଶୁଭସ୍ମିତା ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post