ମାନସିଂହ ସାହିତ୍ୟ ସଂସଦର ଏକବିଂଶତମ କବିତା ଆସର ଅନୁଷ୍ଠିତ

14

ମାନସିଂହ ସାହିତ୍ୟ ସଂସଦ, ନନ୍ଦଳା, ପୁରୀ ଆନୁକୁଲ୍ୟରେ ସଭାପତି ଶ୍ରୀଯୁକ୍ତ ଵିଷ୍ଣୁ ପ୍ରସାଦ ଦଳେଇଙ୍କ ସଭାପତିତ୍ୱରେ  ଏକବିଂଶତମ ରାଜ୍ୟସ୍ତରୀୟ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ସମ୍ପାଦକ ଶ୍ରୀଯୁକ୍ତ ଲଳିତ କୁମାର ସ୍ବାଇଁ ସମସ୍ତଙ୍କୁ ସ୍ବାଗତ କରିଥିଲେ ।
ଉପଦେଷ୍ଟା ଶ୍ରୀଯୁକ୍ତ ବନବିହାରୀ ପଟ୍ଟନାୟକ ଆନୁଷ୍ଠାନିକ ଭାବରେ କବିତା ଆସରକୁ ଉଦଘାଟନ କରିଥିଲେ । ଅନୁଷ୍ଠାନର ଉପଦେଷ୍ଟା ଶ୍ରୀଯୁକ୍ତ ପ୍ରେମାନନ୍ଦ ବେହେରା କବିତା ଆସରର ଆଭିମୁଖ୍ୟ ପ୍ରକାଶ କରିଥିଲେ । ମୁଖ୍ୟ ଅତିଥି ରାଜଶ୍ରୀ ସାହିତ୍ୟ ସଂସଦ, କେନ୍ଦ୍ରାପଡାର ସମ୍ପାଦକ ଶ୍ରୀଯୁକ୍ତ ହେମନ୍ତ ଜେନା ସାରଗର୍ଭକ ଭାଷଣ ପ୍ରଦାନ ସହିତ ସାହିତ୍ୟର ବିଭିନ୍ନ ଦିଗ ସମ୍ବନ୍ଧରେ ଦିଗଦର୍ଶନ ଦେଇଥିଲେ । ଓଡ଼ିଶାର କୋଣ ଅନୁକୋଣରୁ ୩୦ରୁ ଅଧିକ କବି କବୟିତ୍ରୀ ନିଜ ନିଜର ସ୍ଵରଚିତ କବିତା ପାଠ କରିଥିଲେ । କେନ୍ଦ୍ରାପଡ଼ା ଜିଲ୍ଲାର ସୁସାହିତ୍ୟିକ ଶ୍ରୀଯୁକ୍ତ ଦୁର୍ଲ୍ଲଭ ରାଉତ କବିତାଗୁଡ଼ିକୁ ବେଶ୍ ସୁନ୍ଦର ଶୈଳୀରେ ସଂଯୋଜନା କରିଥିଲେ । ଶେଷରେ ସଂଯୋଜକ ବିଦ୍ୟାଧର ଦଳବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ଅନୁଷ୍ଠାନର ଆସନ୍ତା ଆସର ଆସନ୍ତା ମାସ ଅକ୍ଟୋବର ୧୦ ତାରିଖରେ ହେବା ନେଇ ସମ୍ପାଦକ ଲଳିତ କୁମାର ସ୍ୱାଇଁ ଘୋଷଣା କରିଥିଲେ ।

Leave A Reply

Your email address will not be published.