ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ବିଦ୍ୟାଳୟର ପୁରାତନ ଛାତ୍ର ଏବଂ ଦିବଙ୍ଗତ ଶିକ୍ଷକଙ୍କ ନିମନ୍ତେ ଏକ ସ୍ମୃତି ସୌରଭ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାାଇଛି
ଉକ୍ତ କାର୍ଯ୍ୟକ୍ରମରେ ପାରଳା ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ।
ବିଦ୍ୟାଳୟର ପୁରାତନ ଛାତ୍ର ତଥା ହିଞ୍ଜିଳିକାଟୁ ସ୍ଥିତ ସ୍ଵୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡଃ କିଶୋର ଚନ୍ଦ୍ର ପଟ୍ଟନାୟକ , ମାଲକାନଗିରି ଜିଲ୍ଲା ଏସଡିସି(ଆଇଟିଡିଏ) ଜିଲ୍ଲା ସଂଯୋଜକ ଡଃ ଲକ୍ଷ୍ମୀ ନାରାୟଣ ହୋତାଙ୍କ ସମେତ ଶ୍ରୀ ମହେଶ ଚନ୍ଦ୍ର ଦାସ ଏବଂ ଶ୍ରୀ ରଜନୀ କାନ୍ତ ଉଦଗାତାଙ୍କୁ ବିଦ୍ୟାଳୟ ପକ୍ଷରୁ ମୁଖ୍ୟଅତିଥି ପୌରାଧ୍ୟକ୍ଷା ଶ୍ରୀମତୀ ସେଠୀଙ୍କ ଦ୍ଵାରା ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
ସେହିଭଳି ବିଦ୍ୟାଳୟର ଦିବଙ୍ଗତ ଶିକ୍ଷକ ଓ ପୁରାତନ ଛାତ୍ର ସ୍ବର୍ଗତ କୃଷ୍ଣଚନ୍ଦ୍ର ମହାରଣା , ସ୍ବର୍ଗତ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ଏବଂ ସ୍ବର୍ଗତ ବଟକୃଷ୍ଣ ପାତ୍ରଙ୍କ ନିମନ୍ତେ ସେମାନଙ୍କ ପୁତ୍ର ଶ୍ରୀ ସତ୍ୟ ନାରାୟଣ ମହାରଣା , ଶ୍ରୀ ନରେଶ ମହାପାତ୍ର ଏବଂ ଶ୍ରୀ ରୂପେଶ ପାତ୍ରଙ୍କୁ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା।
ବିଦ୍ୟାଳୟର ପୁରାତନ ଛାତ୍ର ତଥା ଗଜପତି ଜିଲ୍ଲା ସାହିତ୍ୟ ଏକାଡେମୀ ସଦସ୍ୟ ଶିକ୍ଷାବିତ୍ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା ଏବଂ ସମାଜସେବୀ ତଥା ବରିଷ୍ଠ ସାମ୍ବାଦିକ ଶ୍ରୀ ଭଗବତ ପାଢ଼ୀ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ଏହି ଅବସରରେ ବିଦ୍ୟାଳୟର ପୁରାତନ ଛାତ୍ର ଶ୍ରୀ ମହେଶ ପାଢ଼ୀ ବିଦ୍ୟାଳୟର ଉନ୍ନତି ପାଇଁ ୨୫ ହଜାର ଟଙ୍କା ଏବଂ ଡଃ କିଶୋର ଚନ୍ଦ୍ର ପଟ୍ଟନାୟକ ବିଦ୍ୟାଳୟର ଉନ୍ନତି ପାଇଁ ୧ ଲକ୍ଷ ଟଙ୍କା ଅନୁଦାନ ଚେକ୍ ଆକାରରେ ପ୍ରଦାନ କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ଶିକ୍ଷକ ଓ ପୁରାତନ ଛାତ୍ର ଶ୍ରୀ ରାମଶଙ୍କର ଗନ୍ତାୟତ , ଶ୍ରୀମତୀ ୱାଇ.ଶିବା , ଶ୍ରୀ ରଜନୀ ଉଦଗାତା , ଡ.ଲକ୍ଷ୍ମୀ ନାରାୟଣ ହୋତା , ଶ୍ରୀ ନରେଶ ମହାପାତ୍ର , ଶ୍ରୀ ସତ୍ୟନାରାୟଣ ମହାରଣା , ରୁପେଶ ପାତ୍ର , ଶ୍ରୀ ଲିଙ୍ଗରାଜ ଦାଶ ଶ୍ରୀ ସରୋଜ ପାତ୍ର , ଶ୍ରୀ ଲିମେଇ ପାତ୍ର , ଶ୍ରୀ ମଳିକକ୍ଷର୍ଜୁନ ପଟ୍ଟନାୟକ , ଶ୍ରୀ ଲଳିତ ନାୟକ , ଶ୍ରୀମତୀ ସୁଭଲକ୍ଷ୍ମୀ ଦାସ , ଶ୍ରୀମତୀ ସୁଜାତା ନନ୍ଦ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ସଫଳ କରିଥିଲେ।
Sign in
Sign in
Recover your password.
A password will be e-mailed to you.