(ନିଶ୍ଚିନ୍ତକୋଇଲି -ଦେବେନ୍ଦ୍ର ଷଡ଼ଙ୍ଗୀ )- ନିଶ୍ଚିନ୍ତକୋଇଲି ବ୍ଲକ ବୁହାଳୋ ଗ୍ରାମ ପଞ୍ଚାୟତ ର ବରପଡ଼ାଠାରେ ମା’ ମଙ୍ଗଳାଦେବୀଙ୍କ ବାର୍ଷିକ ପୂଜା ଉତ୍ସବ ଆନନ୍ଦ ଉଲ୍ଲାସ ର ସହ ଅନୁଷ୍ଠିତ ହୋଇଯାଇଛି l ଶହେ ବର୍ଷର ଏହି ପୁରାତନ ଅନୁଷ୍ଠାନ ଏବେବି ବାପ -ଅଜା ସମୟର ପରମ୍ପରାକୁ ଆଧାରକରି ବଞ୍ଚି ଆସିଛି l ଏକ ଛୋଟ ବସ୍ତି ମଧ୍ୟରେ ମାଙ୍କ ପୀଠ, ଠିକ ଦଶହରା ପର୍ବ ଆଗମନ ପୂର୍ବରୁ ବରପଡା ବାସୀଙ୍କ ମନରେ ଭରିଦେଇଥାଏ ଅପୂର୍ବ ଆନନ୍ଦ l ବୟସ୍କ ଲୋକଙ୍କ ଠାରୁ ଆରମ୍ଭ କରି, ଯୁବକ ଯୁବତୀ ମାନେ ସମସ୍ତେ ଅରୁଆ ସେବନ କରିବା ସହିତ, ନୂତନ ବସ୍ତ୍ରରେ ନିଜକୁ ବିଭୂଷିତ କରାଇଥାନ୍ତି l ଗାଁ ଲୋକଙ୍କ କହିବା କଥା ଅନୁଯାଇ, ଶହେ ବର୍ଷପୂର୍ବରୁ ବରପଡାସ୍ଥିତ ପୁଣ୍ୟତୋୟା ଚିତ୍ରୋତ୍ପଳା ନଦୀରୁ ହଠାତ ଏକ ଅଜଣା ମୁହୁର୍ତରେ ମା’ ଭାସମାନ ଅବସ୍ଥାରେ ଜଣେ ବୟସ୍କ ବୃଦ୍ଧଙ୍କ ଦୃସ୍ଟିଗୋଚରକୁ ଆସିଥିଲେ l ଆଉ ଯାହା ନିର୍ଦେଶ ହୋଇଥିଲା ଆଜି ତାହା ବରପଡ଼ାର ଏକ ଛୋଟିଆ ଗାଁ ରେ ପାଲଟି ଯାଇଛି ପରମ୍ପରା l ଦୀର୍ଘଦିନ ଦିନରୁ ଏହି ପୁଜାସେବା ବୈଦିକ ମତେ ପାଳନ ହୋଇଆସୁଛି ଓ ଗ୍ରାମବାସୀଙ୍କ ହୃଦୟରେ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରିପାରିଛି l ଅଦ୍ୟାବଧି ଏହି ପୂଜା “ବୁହାଳ ମଙ୍ଗଳା ପୂଜା”ନାମରେ ବେଶ ଧୁମ ଧାମ ରେ ପାଳିତ ହେଉଅଛି l
ବୁହାଳ ଗ୍ରାମ ପଂଚାୟତ ର 12ନମ୍ବର ୱାର୍ଡ଼ ଓ 3ନୱାର୍ଡ ରେ, ମିଳିତ ଭାବେ ଅନୁଷ୍ଠିତ ହେଉଛି l ଏହା 7ଦିନ ଧରି ଚାଲିଆସୁଛି l ପ୍ରତେକ ଦିନ ସନ୍ଧ୍ୟାରେ ଭଜନ ସନ୍ଧ୍ୟା ରୂପେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ ଓ ବହୁ ଭକ୍ତଙ୍କ ସମାବେଶ ହୋଇଥାଏ l ଆଜିଥିଲା ଏହି ବାର୍ଷିକ ପୂଜା ର ଶ୍ରେଷ୍ଠ ପୂଜା l ପୂଜକ ଭାବେ ସଞ୍ଜୟ କୁମାର ଦାସ, କର୍ତାଭାବେ ପବିତ୍ର ସାମଲ ମା’ଙ୍କ ପରମ୍ପରାକୁ ରକ୍ଷ୍ୟା କରିବା ସହିତ, ସଭାପତି -ମହେନ୍ଦ୍ର ସାମଲ,
ସମ୍ପାଦକ-ଚନ୍ଦନ ସାମଲ, ଆର୍ଜୁନ ସାମଲ, ସଞ୍ଜୟ କୁମାର ମଲ୍ଲିକ, କରୁଣାକର ସାମଲ, ପ୍ରଫୁଲ ସାମଲ, ବୁଦ୍ଧିଆ ଭୋଇ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ l ଆଜି ଅର୍ଥାତ ସୋମବାର ଭସାଣି ଯାତ୍ରା ଅନୁଷ୍ଠିତ ହେବବୋଲି ଜଣା ଯାଇଛି l ଏଥିରେ ବୁହାଳୋ ସରପଞ୍ଚ ଶ୍ରୀଯୁକ୍ତ ରମାକାନ୍ତ ମହାନ୍ତି, ଷ୍ଟେଟ ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ର ପରିଚାଳକ ପ୍ରମୋଦ କୁମାର ସ୍ୱାଇଁ, କୃଷକ ନେତା ଅଶୋକ କୁମାର ସାହୁ, ନତକାଇ ସରପଞ୍ଚ ଜୟଦେବ ରାଉତ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦାନ କରି ମାଆ ଙ୍କ କୃପା ଲାଭ କରିଥିଲେ l ଏହି କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ଗ୍ରାମବାସୀ ପୂର୍ଣ୍ଣ ସହଯୋଗ କରିଥିଲେ l
Sign in
Sign in
Recover your password.
A password will be e-mailed to you.