ସ୍ୱାଧିନତା ସଂଗ୍ରାମୀ ସ୍ୱର୍ଗୀୟା ସୁଭଦ୍ରା ମହତାବଙ୍କ ୪୪ତମ ସ୍ମୃତିଦିବସ ସମାରୋହ

0

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ଆଜି ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଡ଼ଃ. ହରେକୃଷ୍ଣ ମହତାବ ଙ୍କ ଧର୍ମପତ୍ନୀ ତଥା ଓଡ଼ିଶାର ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ, ସମାଜ ସଂସ୍କାରକ ଧର୍ମପରାୟଣା ମହିଳା ସ୍ୱର୍ଗୀୟା ସୁଭଦ୍ରା ମହତାବଙ୍କ ୪୪ତମ ସ୍ମୃତିଦିବସ ସମାରୋହ ତଥା ଶ୍ରାଦ୍ଧବାର୍ଷିକ ଉତ୍ସବ ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର ସ୍ଥିତ ସୁଭଦ୍ରା ମହତାବ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ.ଦିଲ୍ଲିପ କୁମାର ମିଶ୍ର ସଭାପତିତ୍ୱ କରିଥିଲେ । ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନା ଯୋଗଦାନ କରି ସ୍ୱର୍ଗତ ଡ଼ଃ.ହରେକୃଷ୍ଣ ମହତାବ ଓ ସୁଭଦ୍ରା ମହତାବଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଏହି ସ୍ମୃତିସଭାରେ ଯୋଗଦାନ କରି ସ୍ୱର୍ଗୀୟା ସୁଭଦ୍ରା ମହତାବଙ୍କ ଉର୍ତ୍ସଗୀକୃତ ନିଃସ୍ୱାର୍ଥପର ସେବାର ପଟ୍ଟାନ୍ତର ନାହିଁ, ଆଜିର ଛାତ୍ରଛାତ୍ରୀ ମାନେ ସ୍ୱର୍ଗୀୟା ମହତାବଙ୍କ ଆଦର୍ଶରେ ଅନୁପ୍ରାଣୀତ ହେଲେ ଏହା ଯଥାର୍ଥରେ ତାଙ୍କ ପାଇଁ ଉପଯୁକ୍ତ ଶ୍ରଦ୍ଧାଞ୍ଜଳୀ ହେବ ବୋଲି ବିଧାୟକ ଶ୍ରୀ ଜେନା ପ୍ରକାଶ କରିଥିଲେ । ସମ୍ମାନୀତ ଅତିଥି ଭାବେ ନିଶ୍ଚିନ୍ତକୋଇଲି ପଂଚାୟତ ସମିତି ଅଧ୍ୟକ୍ଷା ରୋଜି ସେଠୀ, ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ପରିଚାଳନା କମିଟି ସଭାପତି ପ୍ରାକ୍ତନ ଅଧ୍ୟକ୍ଷ ରମାନାଥ ସାହୁ, ଜିଲ୍ଲାପରିଷଦ ଜସ୍ମିତା ସେଠୀ,ସରପଂଚ ଗୌତମୀ ଦାସ, ସମିତିସଭ୍ୟ ହିମାଦ୍ରୀ ମିଶ୍ର, ଅନ୍ତନୀପ୍ରସାଦ ଦାସ ପ୍ରମୁଖ ଯୋଗଦାନ କରି ବକ୍ତବ୍ୟ ପ୍ରଦାନ କରିଥିଲେ ।

ଏହି ଅବସରରେ ବିଧାୟକ ଶ୍ରୀ ଜେନା ମହାବିଦ୍ୟାଳୟର ମୁଖ ପତ୍ର ସୁଭଦ୍ରାକୁ ଶୁଭଉନ୍ମୋଚନ କରିବା ସହ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ଓ ଛାତ୍ର ବୃର୍ତି ପ୍ରଦାନ କରିଥିଲେ । ଶେଷରେ ସ୍ମୃତିକମିଟିର ସଭାପତି ଅଧ୍ୟାପକ ମନମୋହନ ଖଟୁଆ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରାଇବାରେ ମହାବିଦ୍ୟାଳୟର ପ୍ରାଧ୍ୟାପକ ମହମ୍ମଦ ସକିଲ, ପଦାରବିନ୍ଦ ବିଶ୍ୱାଳ, ଡ଼ଃ. ସୁପ୍ରଭା ପରିଡ଼ା,ବିରଂଚିନାରାୟଣ ପଣ୍ଡା,ବଳରାମ ସ୍ୱାଇଁ, ସୁଧିର କୁମାର ଦାସ ଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ ।

Leave A Reply

Your email address will not be published.