ପଦ୍ମପୁର- ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ୍ ବରତୁଣ୍ଡା ହାଇସ୍କୁଲ ପଡିଆ ରେ ରବିବାର ଦିନ ଏକ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ସ୍ଵୟଂ ସହାୟକ ଗୋଷ୍ଠୀ ମହାସଂଘ ଓ ଗନ୍ଧମାର୍ଦନ କଳାକାର ମହାସଂଘ ଆନୁକୂଲ୍ୟରେ ଆନନ୍ଦ ଉଲ୍ଲାସରେ ଅନୁଷ୍ଠିତ ହୋଇଥିଲା।ଇଷ୍ଟଦେବୀ ମା ସମଲେଶ୍ଵରୀ ଓ ପ୍ରଭୁ ନୃସିଂହ ଠାକୁର ଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା କରାଗଲା ପରେ ସଭାନେତ୍ରୀ ଶ୍ରୀମତୀ ଜାହ୍ନ୍ନବୀ ପଟ୍ଟନାୟକ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ।ଏଥିରେ ମୁଖ୍ୟଅତିଥି ନୂଆପଡ଼ା ଜିଲ୍ଲା ଡେପୁଟି କଲେକ୍ଟର ଶ୍ରୀ ଯୁକ୍ତ ମହେନ୍ଦ୍ର ବଢେଇ ଯୋଗ ଦେଇ ନୂଆଁଖାଇ ଭେଟଘାଟ ଅବସରରେ ସମସ୍ତଙ୍କୁ ନୂଆଁଖାଇ ଜୁହାର କରି ଲୋକଙ୍କ ସେବା କରିବାପାଇଁ ଆଶୀର୍ବାଦ ଭିକ୍ଷା କରିଥଲେ।ସେ ପାଇକମାଳ ବ୍ଲକ୍ ର ଗରିବ,ହରିଜନ ଆଦିବାସୀ ଛାତ୍ର ଛାତ୍ରୀ ମାନେ କଲେଜ ରେ ନାମ ଲେଖାଏଁ ପରୁ ନ ଥିଲେ ବିନା ଫିଜ୍ର ରେ ନାମ ଲେଖାଇବା ବ୍ୟବସ୍ଥା କରାଇ ଦେବା ପାଇଁ କହିଥିଲେ। ଯେଉଁ ସ୍ଵଂୟ ସହାୟକ ଗୋଷ୍ଠୀ ଓ କଳାକାର ମାନେ ଓଡିଶା ସରକାରଙ୍କ ଠାରୁ ଯେଉଁ ସବୁସୁବିଧା ପାଇବା କଥା ଯଦି ପାଉନାହାନ୍ତି ତାଙ୍କର ସୁବିଧା କରାଯିବ ବୋଲି କହିଥିଲେ।ଏହି ସଭାରେ ସରପଞ୍ଚ ଦିଲ୍ଲୀପ ବେହେରା, ସୁବାଷ ଚନ୍ଦ୍ର ଝଗରା, ଉପେନ୍ଦ୍ର ପଟେଲ,ସୁଦାମ ଚରଣ ସେଠୀ ପ୍ରମୁଖଙ୍କ ଉପଢୋକନ ଓ ମାନପତ୍ର ଦେଇ ସମ୍ମାନୀତ କରିଥଲେ।ଏ ଅବସରରେ କଂସ ଦରବାର ସହିତ ସମ୍ବଲପୁରୀ ନୃତ୍ୟ ପରିବେଷଣ ରେ ମଞ୍ଚ ଦୁଲୁକି ଉଠିଥିଲା। ଏହି ଗୀତ ଏବଂ ନୃତ୍ୟ କୁ ଲୋକେ ମନଭରି ଉପଭୋଗ କରିଥିବା ବେଳେ ଆନନ୍ଦରେ ମା ମାନେ ହୁଳହୁଳି ଦେଇଥିଲେ। ଏହି ଭେଟ ଘାଟ କାର୍ଯ୍ୟକ୍ରମରେ ପ୍ରାୟ ୫ହଜାର ଜନ ସମାଗମ ହୋଇଥିଲା।ସଭାରେ ପୂର୍ବତନ ସରପଂଚ ଶ୍ରୀ ଯୁକ୍ତ ପ୍ରମୋଦ ରାୟ ସଞ୍ଚାଳନ କରିଥିବା ବେଳେ କଳାକାର ମହାସଂଘ ସଭାପତି ଶୁକ୍ ଦେବ ବେରିଆ ଧନ୍ୟବାଦ୍ ଅର୍ପଣ କରିଥଲେ।
Sign in
Sign in
Recover your password.
A password will be e-mailed to you.